ସିରିଡି ସାଇ ମନ୍ଦିରରେ ୧୨ତମ ବାର୍ଷିକ ଉତ୍ସବ ପାଳନ…

add-all

ମାଲକାନଗିରି,:୧୨ ବର୍ଷ ପୂର୍ବେ ଆଜିର ଦିନରେ ସିରିଡି ସାଇ ଭକ୍ତ ମାନଙ୍କ ଦ୍ଵାରା ସାଇ ମନ୍ଦିରର ଶୁଭ ପଡିବା ସହ ପାରମ୍ପାରିକ ଭାବେ ସିରିଡି ସାଇଙ୍କ ପୂଜା ଆରମ୍ଭ ହୋଇଥିଲା। ଆଜିର ଏହି ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ସକାଳ ୬ଘଟିକା ସମୟରେ ୧୦୦ ରୁ ଉର୍ଦ୍ଧ ମହିଳା କୁ ନେଇ ଏକ କଳସ ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା। ଅପରାହ୍ନ ସମୟରେ ସିରିଡି ସାଇଙ୍କୁ ଏକ ଭବ୍ୟ ପାଳଙ୍କି ଶୋଭା ଯାତ୍ରାରେ ଭକ୍ତ ମାନଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା। ଆଜିର ଏହି ବାର୍ଷିକ ଉତ୍ସବରେ ଶତାଧିକ ଭକ୍ତଙ୍କ ଗହଣରେ ପ୍ରାତଃ ଆରତୀ ମଧ୍ୟାହ୍ନ ଧୂପ ଏବଂ ସନ୍ଧ୍ୟା ଆରତୀ କରାଯାଇଥିଲା। ଦୀର୍ଘଦିନ ଧରି ସିରିଡି ସାଇଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଭକ୍ତଙ୍କ ସଂଖ୍ୟା ବଢିବା ସହ ଜିଲ୍ଲାରେ ଏହା ଏକ ତୀର୍ଥ ସ୍ଥାନରେ ପରିଣତ ହୋଇଛି । ଆଜିର ଏହି କାଯ୍ୟକ୍ରମକୁ ସିରିଡି ସାଇ କମିଟି ଦ୍ୱାରା ପରିଚାଳିତ କରାଯାଇଥିବା ବେଳେ କମିଟିର ସଭାପତି ଶଶାଙ୍କ ମିଶ୍ର, ଗୁରୁଜି କେ ଭି ଆର ପଟ୍ଟନାୟକ, ଇଶ୍ୱର ପଟ୍ଟନାୟକ, ସେବକ ପ୍ରଦ୍ୟୁମ୍ନ ବେହେରା, ସଗାଯୋଗୀ ନାଗେଶ୍ୱର ପଟ୍ଟନାୟକ ଆଜିର କାଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଜିର ଏହି୧୨ତମ ଉତ୍ସବରେ ଭଜନ ପରିବେଷଣ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ad-week
Leave A Reply

Your email address will not be published.