ଗୋଳନ୍ଥରା ଥାନାରେ ଗତ ୩୧ ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏକପାଖିଆ ଭାବେ ଗିରଫ କରୁଥିବା ଅଭିଯୋଗ…

add-all

ବ୍ରହ୍ମପୁର : ଗୋଳନ୍ଥରା ଥାନାରେ ଗତ 31 ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଏକପାଖିଆ ଭାବେ ଗିରଫ କରୁଥିବା ଅଭିଯୋଗ ରେ ଆଜି ଗ୍ରାମର ବହୁ ମହିଳା ବ୍ରହ୍ମପୁର ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପିତାତଳୀ ଗ୍ରାମ କାତିଲି ସାହିର କେ. ଜାନକୀ ରାଓଙ୍କ ସ୍ତ୍ରୀଙ୍କ କେ. ଜାନକୀଆମ୍ମା ତାଙ୍କ ସ୍ୱାମୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ।
୧୮ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ ଉଲ୍ଲେଖ କରିଥିଲେ। ତେବେ ପୋଲସ ଅଭିଯୁକ୍ତଙ୍କୁ ଗିରଫ ନ କରି ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ମୀନା ଡ୍ୟାନ ସାମନ୍ତରାୟ।ଗତ କାଲି ରାତିରେ ଗୋଳନ୍ଥରା ପୋଲିସ ଉକ୍ତ ଗ୍ରାମର ନରସିଂହ ମୂର୍ତ୍ତି ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳା ମାନଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ କରିଛନ୍ତି ମହିଳା ମାନେ।ତୁରନ୍ତ ଏସପି ଏଥିରେ ହସ୍ତକ୍ଷେପ କରିବା ସହିତ ସଠିକ ତଦନ୍ତ କରି ଉଚିତ ନ୍ୟାୟ ଦେବାକୁ ଦାବି କରିଥିଲେ ମହିଳା ମାନେ। ତେବେ ଏହି ଘଟଣାର ତଦନ୍ତ ଲାଗି ଜଣେ ଅତିରିକ୍ତ ଏସପି ଙ୍କୁ ଦାୟିତ୍ୱ ଦିଆଯିବ।ଏବଂ ଗ୍ରାମରେ ଗୋଷ୍ଠୀ ସଂଘର୍ଷର ସମାପ୍ତି ପାଇଁ ଶାନ୍ତି କମିଟି ମାଧ୍ୟମରେ ସମାଧାନ କରାଯିବା ବୋଲି ଏସପି ଡ଼.ସର୍ବଣା ବିବେକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.