ନେସ୍‌ନାଲ୍‌ ଏଜୁକେସନ ପଲିସି ସଂପର୍କରେ ମତ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ…

add-all

ନୂଆଦିଲ୍ଲୀ: ନେସ୍‌ନାଲ୍‌ ଏଜୁକେସନ ପଲିସି ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ପ୍ରଥମ ୫ ବର୍ଷର ଟିଚିଂ, ଲର୍ଣ୍ଣିଂ ପୁସ୍ତକ ଆସନ୍ତା ଜାନୁଆରି ୨୬ ସରସ୍ଵତୀ ପୂଜାରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି।
ଧର୍ମେନ୍ଦ୍ର ଆହୁରି ବି କହିଛନ୍ତ ଯେ ‘ ରାଷ୍ଟ୍ରୀୟ ଶିକ୍ଷା ନୀତିର ମୂଳ ଯୋଜନା ହେଉଛି ନୂଆ ପାଠ୍ୟକ୍ରମ। ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ବାଲ ବାଟିକା ତିନି ବର୍ଷ ଏବଂ ଷ୍ଟାଣ୍ଡାର୍ଡ ୧ ଏବଂ ୨ ହେଉଛି ପ୍ରଥମ ପାହାଚ। ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ହେଉଛି ତିନି ବର୍ଷ। ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଆଉ ତିନି ବର୍ଷ। ନବମ, ଦଶମ, ଏକାଦଶ ଏବଂ ଦ୍ଵାଦଶ ହେଉଛି ଚାରିବର୍ଷ।

୫+୩+୩+୪ ଅର୍ଥାତ୍ ୧୫ ବର୍ଷର ପାଠ୍ୟକ୍ରମ ୨୦୨୩-୨୪ରେ ପ୍ରକାଶିତ କରାଯିବ। ପ୍ରଥମ ପାଞ୍ଚ ବର୍ଷର ଟିଚିଂ, ଲର୍ଣ୍ଣିଂ ମ୍ୟାଟେରିଆଲ ଟେକ୍ସଟ ବୁକ ପ୍ରସ୍ତୁତ ହୋଇସାରିଲାଣି। ଏଇ ମାସ ୨୬ ତାରିଖରେ ସରସ୍ଵତୀ ପୂଜା ଅବସରରେ ପ୍ରଥମ ୫ ବର୍ଷର ବହି ଆସିବ। ଅନ୍ୟ ୧୦ ବର୍ଷର ବହି କାମ ଆରମ୍ଭ ହୋଇଛି। ନେସନାଲ କରିକୁଲମ୍ ଫ୍ରେମ୍ ୱାର୍କର ଷ୍ଟିଅରିଙ୍ଗ କମିଟି ସିଲାବସ ବନାଉଛି। ଏନସିଇଆରଟି, ଭାରତ ସରକାର ରାଜ୍ୟ ସରକାରଙ୍କ ସହ ମିଶି ରାଜ୍ୟ ଏନସିଇଆରଟି ସହ ମିଶି ରାଜ୍ୟ ଆଧାରିତ ଟେକ୍ସଟ ବୁକ୍ ତିଆରି କରୁଛି। ଭାରତୀୟ ଭାଷାକୁ ଗୁରୁତ୍ବ ଦିଆଯାଉଛି, ମାତୃଭାଷା ସହ ସ୍ଥାନୀୟ ଭାଷାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଏହାଦ୍ୱାରା ସମ୍ପୂର୍ଣ୍ଣ ପିଲାର ବିକାଶ ହେବ।’

ad-week
Leave A Reply

Your email address will not be published.