ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରି ରାହୁଲଙ୍କୁ ଚିଠି ଲେଖିଲେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ…

add-all

ଲକ୍ଷ୍ନୌ: ଶୀତକାଳୀନ ବିଶ୍ରାମ ପରେ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଭାରତ ଯୋଡ଼ୋ ଯାତ୍ରା ଏବେ ଉତ୍ତରପ୍ରଦେଶ ଅଭିମୁଖେ ଯିବ ବୋଲି ସୂଚନା ରହିଛି। ଏହି ଅବସରରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହେବା ପାଇଁ ଇଛା ପ୍ରକାଶ କରିଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ।
ସେ ରାହୁଲଙ୍କ ନିକଟକୁ ଏକ ପତ୍ର ଲେଖି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହେବାକୁ ଇଚ୍ଛା ପ୍ରକ‌ାଶ କରିବା ସହ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଆଶୀର୍ବାଦ ସବୁବେଳେ କଂଗ୍ରେସ ନେତାଙ୍କ ଉପରେ ରହିଛି ବୋଲି କହିଛନ୍ତି।
ରାହୁଲଙ୍କୁ ପତ୍ରରେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଭାରତ ଯୋଡ଼ ଯାତ୍ରାକୁ ନେଇ ନିଜର ସମର୍ଥନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଆଶା କରୁଛି ଓ ଆପଣ ଯେଉଁ ଲକ୍ଷ ପାଇଁ ନିଜର ସଂଘର୍ଷ ଚଳାଇଛନ୍ତି ସେଥିପାଇଁ ପ୍ରାର୍ଥନା ବି କରୁଛି ଯେ ଆପଣ ସଫଳ ହୁଅନ୍ତୁ ବୋଲି। ଆପଣଙ୍କ ଦୀର୍ଘ ଜୀବନ ପାଇଁ ମୁଁ ତୁମକୁ ଆଶୀର୍ବାଦ କରୁଛି।’

ଅଯୋଧ୍ୟାର କଂଗେ୍ରସ ମୁଖପାତ୍ର ସୁନୀଲ କ୍ରିଷ୍ଣା ଗୌତମ ସତେନ୍ଦ୍ର ଦାସଙ୍କର ରାହୁଲଙ୍କ ନିକଟକୁ ଏହି ପତ୍ର ସଂପର୍କରେ ସୂଚନା ଦେଇ କହିିଛନ୍ତି, ‘ସେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍‌ ହେବାକୁ ନିଜର ଇଚ୍ଛା ପ୍ରକଟ କରିଥିଲେ। ମାତ୍ର ଶାରୀରିକ ଅସୁସ୍ଥତା ହେତୁ ସେ ଯାତ୍ରାରେ ସାମିଲ୍‌ ହୋଇ ପାରିଲେନି। ତାଙ୍କର ନୈତିକ ସମର୍ଥନ ଆମ ପାଇଁ ଖୁବ୍‌ ବଡ଼ କଥା।’

ad-week
Leave A Reply

Your email address will not be published.