ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ…

add-all

ଉମରକୋଟ : ପୁରାଣରେ ଗୋଟିଏ ସତ୍ୟ ଵଚନ ଶୁଣିବାକୁ ହୁଏ -” ଯାହାର କେହି ନାହିଁ ତାହାର ଭଗବାନ ଅଛି ” | କିନ୍ତୁ ଆଜି କାଲି ଦୁନିଆରେ ଦେଖିବାକୁ ମିଳୁଛି ଯାହାର ଟଙ୍କା ଅଛି ତାହାର ସବୁ ଅଛି l ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ସଦର କୋଦଭାଟା ସାହିରେ 60 ବର୍ଷରୁ ଅଧିକ ବୟସର ବସବାସ କରୁଥିବା ଅମୃତ ଖମାରୀଙ୍କ ବଡ଼ ପୁଅ ରମେଶ ଖମାରୀ ଗତ ୨୦୧୯ ମସିହା ନଭେମ୍ବର ୨୮ ତାରିଖରେ ଏକ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିଲେ ଏବଂ ସେହିବର୍ଷ ଡିସେମ୍ବର ୧୨ ତାରିଖରେ ହାଟଭାରଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୃତ୍ୟୁ ସାର୍ଟିଫିକେଟ ମଧ୍ୟ ପାଇଁଥିଲେ l ସ୍ବର୍ଗୀୟ ରମେଶ ଖମାରୀର ବିଧବା ସ୍ତ୍ରୀ ଶୁଆମନି ଖମାରୀ ତାଙ୍କର ସ୍ୱାମୀର ମୃତ୍ୟୁରେ ଏକ ପ୍ରକାର ନିସ୍ତବ୍ଦ ହେଇଯାଇଥିଲା କାହିଁକିନା ତାଙ୍କର ନା ଅଛି ପୁଅ ନା ଝିଅ, ପରିବାର କହିଲେ ଦୁଇ ଜଣ l ସୁଖ ଦୁଃଖ ବୁଝିବ ଏମିତି କେହି ନାହାନ୍ତି ଯେ ତାହାର ସାହା ଭରସାର ପାତ୍ର l ସ୍ୱାମୀ ମୃତ୍ୟୁର ପରେ ଯେନତେନ ପ୍ରକାରେ ଗୁଜରାଣ ମେଣ୍ଟାଉଛନ୍ତି | ବର୍ତ୍ତମାନ ତାଙ୍କର ଘରର ଅବସ୍ଥା ଅତି ଶୋଚନୀୟ | ଗୋଟିଏ ପଟେ ଭାଙ୍ଗିବା ଆରମ୍ଭ ହେଇଗଲା ସଜାଡ଼ିବା ପାଇଁ ଟଙ୍କାର ଅଭାବ, ଏମିତି ଦୁର୍ଦଶାରେ ଶୁଆମଣି ଖମାରୀ ସରକାରୀ ଗୋଟିଏ ଗୃହ ଆବାସ ପାଇଁ ବାରଙ୍ଗବାର ପଲ୍ଲୀ ଶୋଭା ରୁ ଆରମ୍ଭ କରି ନିଜ ଅଞ୍ଚଳର ସରପଞ୍ଚ ଓ ବିଡ଼ିଓଙ୍କୁ ଜଣାଇ ଜଣାଇ ଥକି ଗଲେଣି l ଉଲ୍ଲେଖ ଥାଉ ରାଇଘର ବ୍ଲକ ଏକ ମାଉ ଅଞ୍ଚଳ ଓ ଆଧିବାସୀ ପ୍ରଵନ ହେଇଥିବାରୁ ଏଠି ସବୁ ତେଲିଆ ମୁଣ୍ଡରେ ତେଲ ଦେଖିବାକୁ ମିଳେ l ଯାହାର ରହିବା ପାଇଁ ଘର ଅଛି ତାକୁ ଇନ୍ଦିରା ଆବାସ ଏବଂ ପ୍ରକ୍ରୁତ ଯାହାର ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ ସେ ସରକାରୀ ଯୋଜନାରୁ ବଞ୍ଚିତ l କୋଦଭାଟାର ଏହି ଶୁଆମଣିଙ୍କୁ ପ୍ରଶାସନ ତତ୍କାଳୀନ ସରକାରୀ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେଲେ ଉପକୃତ ହୁଅନ୍ତେ |

ad-week
Leave A Reply

Your email address will not be published.