ପେଶାଦାର ଚୋର ପୁଣି ଜେଲଗଲା…

add-all

ବୁଗୁଡ଼ା : ବାରମ୍ବାର ଚୋରି କରି ଜେଲ ଯିବା ଏବଂ ବେଲରେ ଆସି ପୁଣି ଚୋରି କରି ପୋଲିସକୁ ନାକେଦମ୍ କରୁଥିବା ବୁଗୁଡ଼ା ଖଦାଳସାହିର
ପେଶାଦାର ଚୋର ପ୍ରଭାକର ନାୟକ ଓରଫ ମାଠଗୁଣାକୁ ପୁଣି ଏକ ଚୋରି ଘଟଣାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ତା’ ନିକଟରୁ ଏକ ଚୋରି ମୋବାଇଲ, କଣ୍ଢେଇ, ରସ ଡେ଼କଚି, କଡେଇ ଓ ଲୁହା ଗ୍ରିଲ ଜବତ ହୋଇଛି l ଏ ସବୁ ଜିନିଷ ବୁଗୁଡ଼ା ସିମାଞ୍ଚଳ ମାର୍ଗର ପଦ୍ମ ଚରଣ ଦାଶଙ୍କ ଘରୁ ଚୋରି କରିଥିବା ବେଳେ ଏନେଇ ୭୯୧ /୨୨ରେ ଏକ ମାମଲା ରୁଜୁ ହୋଇଥିଲା l ପ୍ରକାଶ ଯୋଗ୍ୟ ଯେ, ପ୍ରଭାକର ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ବହୁବାର ଜେଲ ଯାଇଥିବା ବେଳେ ଗତବର୍ଷ ଜୁଲାଇ ୧୧ ତାରିଖରେ ବୁଗୁଡ଼ା ସିମାଞ୍ଚଳ ମାର୍ଗରେ ରହୁଥିବା ପ୍ରଧାନ ଶିକ୍ଷକ ଦେବହରୀ ଚୌଧୁରୀଙ୍କ ସ୍ତ୍ରୀ ସକାଳ ସମୟରେ ଫୁଲ ତୋଳୁଥିବା ସମୟରେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ଘଟଣାରେ ଜେଲ ଯାଇ ଏବେ କିଛିଦିନ ହେଲା ବେଲରେ ଆସିଥିଲା l

ad-week
Leave A Reply

Your email address will not be published.