ଦ୍ବାରକାରେ ୬ଟି ଗାଡ଼ିକୁ ଧକ୍କା ଦେଲା ଦିଲ୍ଲୀ ପୁଲିସ ଅଧିକାରୀଙ୍କ ଦ୍ରୁତଗାମୀ କାର୍‌; ମାମଲା ରୁଜୁ…

add-all

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀର ଦ୍ବାରକା ମୋର୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସର ସହକାରୀ ସବ୍‌-ଇନ୍ସପେକ୍ଟର୍‌ ବ୍ୟକ୍ତିଗତ କାର୍‌ ଗୋଟାଏ ‘ପିସିଆର୍‌’ ଭ୍ୟାନ୍‌ ସମତେ ୬ଟି ଗାଡ଼ିକୁ ଧକ୍କା ଦେଇ ନଷ୍ଟ କରିବା ସହିତ କେତେଜଣ ଲୋକଙ୍କୁ ମଧ୍ୟ ଆହତ କରିଥିବା କଥା ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ରେଡ୍‌ ଲାଇଟ୍‌ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିବା କାର୍‌ଟି ପୁଲିସର। ଏବେ ଜଣାପଡ଼ିଲା ଯେ, ଉକ୍ତ ‘ସ୍ବିଫ୍‌ଟ୍‌’ କାର୍‌ଟି ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ରେ ‌ପୋଷ୍ଟିଙ୍ଗ୍‌ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ‘ଏଏସ୍‌ଆଇ’ଙ୍କର ବ୍ୟକ୍ତିଗତ ଗାଡ଼ି। ଏହି ଦୁର୍ଘଟଣାରେ ନିଜେ ‘ଏଏସ୍‌ଆଇ’ ମଧ୍ୟ ଆହତ ହୋଇଛନ୍ତି।

ଉକ୍ତ ପୁଲିସ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯିବା ସହିତ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ି ଚଳାଇବା ବ‌େଳେ ସେ ନିଶା ସେବନ କରିଥିଲେ କି, ନାହିଁ ଜାଣିବା ପାଇଁ ତାଙ୍କ ରକ୍ତ ନମୁନା ବି ସଂଗ୍ରହ କରାଯାଇଛି।

ଏହି ଦୁର୍ଘଟଣା ଉପରେ ଏଯାବତ୍‌ ଡାକ୍ତରଖାନାମାନଙ୍କରୁ ୩ଟି ‘ମେଡିକୋ-ଲିଗାଲ୍‌’ ମାମଲା ମିଳିଛି। କିନ୍ତୁ, କୌଣସି ମାମଲାରେ କେହି ସାଙ୍ଘାତିକ ଆହତ ହୋଇଥିବା ଦର୍ଶାଯାଇ ନାହିଁ।

ଦିଲ୍ଲୀ ପୁଲିସ କହିଛି, ଗତରାତିରେ ଦ୍ବାରକା ମୋର୍‌ ରେଡ୍‌ ଲାଇଟ୍‌ରେ ଗୋଟାଏ ‘ପିସିଆର୍‌’ ଭ୍ୟାନ୍‌ ସମେତ ୬ଟି ଗାଡ଼ିକୁ ଧକ୍କା ଦେଇଥିବା ଅଭିଯୋଗରେ ‘ଆଉଟର୍‌ ଡିଷ୍ଟ୍ରିକ୍ଟ୍‌’ରେ ପୋଷ୍ଟିଙ୍ଗ୍‌ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ‘ଏଏସ୍‌ଆଇ’ଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଦୁର୍ଘଟଣା ଘଟିବା ବେଳେ ସେ ତାଙ୍କ କାର୍‌ରେ ଯାତ୍ରା କରୁଥିଲେ। ‘ଏଏସ୍‌ଆଇ’ଙ୍କ ସମତେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ad-week
Leave A Reply

Your email address will not be published.