ସ୍ୱାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଘାଟନ ହେଲା ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ…

add-all

ମାଲକାନଗିରି,(୦୪/୧) : ସ୍ୱାଭିମାନ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁବେଳେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଉଛି। ଆଜି ଏ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ସମାରି ତାଙ୍ଗୁଲୁ, ଡିଡିଏମ ନାବାର୍ଡ, ସଚିବ, ପରିବର୍ତ୍ତନ ଙ୍କ ଉପସ୍ଥିତିରେ ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ ଉଦଘାଟନ କରାଯାଇଛି । ଏହା ନାବାର୍ଡର ଆରଆଇପିଏଫ ସହାୟତାରେ ଏବଂ ପରିବର୍ତ୍ତନ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏହି ପ୍ରକଳ୍ପ ଚାଲିବ। ଆମ୍ବୁଲାନ୍ସଗୁଡିକ ସ୍ୱାଭିମାନ ଅଞ୍ଚଳର ରାଲେଗଡା, ବଡ଼ପଡା, ଧୂଲିପୁଟ, ପେପରମେଟଲା, ନାକାମାମୁଡ଼ି, ଜନ୍ତ୍ରି ଏବଂ ଆଣ୍ଡ୍ରାପାଲୀ ଗ୍ରାମ ପଞ୍ଚାୟତ ପାଇଁ ସେବା ଯୋଗାଇବ।

ad-week
Leave A Reply

Your email address will not be published.