
ବ୍ରହ୍ମପୁର : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରୋଡ ସ୍ଥିତ ବିଏମସି ଗେଷ୍ଟ ହାଉସ ଆଗରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଟି ସେଣ୍ଟରକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼. ସର୍ବଣl ବିବେକ ଯୋଗଦେଇ ସିଟି ସେଣ୍ଟରକୁ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଆଇ ହସ୍ପିଟାଲର ମେଡିକାଲ ଡାଏରେକ୍ଟର ଡ଼.ସୁଦିପ ଦାଶ, କ୍ଲିନିକ ହେଡ଼ ଡ଼.ଅନୁଜl ମହାନ୍ତି, ମେଡିକାଲ ଅଫିସର ଡ.ବିଦିଶା ମହାପାତ୍ର, ଶଙ୍କର ହସ୍ପିଟାଲ ସିଇଓ MJF ଏଲଏନ ଯେ ବାବୁ, ଲିଗାଲ ଏଡଭାଇଜର ଏବଂ ପବିଲ୍ଲିକ ରିଲେସନ ଅଫିସର ବି ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସେଣ୍ଟରରେ ଲୋକମାନେ ସୁଲଭ ଦରରରେ ଆଇ ଚେକଫ ସହ ବ୍ରାଣ୍ଡ ସ୍ପେଟିକାଲ ପାଇପାରିବେ l ଏହି ସେଣ୍ଟରେ ୧୫ ଦିନ ପଯ୍ୟନ୍ତ ଫ୍ରିରେ ଆଇ ଚେକଫ ହେବ ବୋଲି ଶଙ୍କର ଆଇ ହସ୍ପିଟାଲର କତ୍ତୃପକ୍ଷ କହିଛନ୍ତି l ଏହି ସେଣ୍ଟରରେ ପ୍ରାଥମିକ ଚକ୍ଷୁ ପରୀକ୍ଷା ସହ ସ୍ଲିଟ ଲ୍ୟlମ୍ପ ଦ୍ୱାରା ଚକ୍ଷୁ ପରୀକ୍ଷା, ଚକ୍ଷୁର ଚାପ ପରୀକ୍ଷଣ, ନିରାକରଣ ଏବଂ ରେଫେରlଲ ସେବା, ଚଷମା ପରୀକ୍ଷା, ଚଷମା ବିତରଣ ଓ ଯୁକ୍ତିଯୁକ୍ତ ମୂଲ୍ୟରେ ଚକ୍ଷୁ ଔଷଧ ବିତରଣ ସହ ଚକ୍ଷୁର ସବୁ ସୁବିଧା ଗୁଡିକ ବ୍ରହ୍ମପୁର ବାସି ପାଇପାରିବେ l