ଦାରିଙ୍ଗବାଡି ଶୀତ ମହୋତ୍ସବ ପ୍ରସ୍ତୁତି ସରିଛି – ଶୀତୁଆ ଥଣ୍ଡାର ତାଳେ ତାଳେ ଝୁମିବ ମହୋତ୍ସବ…

add-all

ଦାରିଙ୍ଗବାଡ଼ି,୫/୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଆସନ୍ତା ୭ତାରିଖ ଶନିବାର ସନ୍ଧ୍ୟାରେ ଶୀତ ମହୋତ୍ସବ ଉଦ୍‌ଘାଟିତ ହେବ।ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କରଥିବା ବେଳେ କାର୍ଯ୍ୟକ୍ରମକୁ କମିଟି ସମ୍ପାଦକ ତଥା ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିଲେ। ଶୀତ ଉତ୍ସବ ପାଇଁ କରାଯାଇଥୁବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା।ଏହି ଅବସରରେ ଶୀତ ମହୋତ୍ସବର ପ୍ରତୀକ, ପୋଷ୍ଟର ଏବଂ ବ୍ୟାନର ଉନ୍ମୋଚିତ କରାଯିବା ସହ ପ୍ରଚାର ଗାଡ଼ିକୁ ବିଧାୟକ ଉଦ୍‌ଘାଟନ କରିଥିଲେ। ୫ ଦିନ ଧରି ମହୋତ୍ସବ ଚାଲିବ। ମହୋତ୍ସବରେ ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲା ଓ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ଶିଶୁ କଳାକାରଙ୍କ ସମେତ କୋରାପୁଟ ଢେମସା, କଳାହାଣ୍ଡି ଘୁମୁରା, ପୁରୀରୁ ଗୋଟିପଅ ନୃତ୍ୟ ଦିନ ଡ୍ୟାନ ଗୃପ ଆଦି ଆକର୍ଷଣ ରହିବ।ଗୋଟିପୁଅ ନୃତ୍ୟ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଆଦି ଆକର୍ଷଣ ରହିବ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି କୌଶିକମାଝି, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବିଇଓ ରସାନନ୍ଦ କର, ଯୋଗାଣ ନିରୀକ୍ଷକ ନୀହାର ରଞ୍ଜନ ବେହେରା, ସିଡିପିଓ ଅଞ୍ଜଳି ବେହେରାଙ୍କ ସମେତ ବଣିକ ସଂଘ, ହୋଟେଲ ସଂଘ, ସରକାରୀ ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରେସ କ୍ଳବ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.