ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଭାଇର ଜୀବନ ନେଲା ଭାଇ…

add-all

ଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ସାରା ପରିବେଶ। ଗାଁଟା ସାରା ଶୋକର ଛାୟା। ସମସ୍ତେ ସ୍ତବ୍ଧ ହୋଇ ଯାଇଥାନ୍ତି। କ୍ଷଣଙ୍କ ଭିତରେ ଘଟିଗଲା ଅଘଟଣ। ଦେଖୁ ଦେଖୁ ଚାଲି ଗଲା ଭେଣ୍ଡିଆ ପୁଅର ଜୀବନ।

ସତରେ କେତେ ଖଟି ଖଟି ପୁଅ/ଝିଅକୁ ଏଡ଼େ ରୁ ଏଡିକି ଟିଏ କରେ ବାପା, ତାକୁ ଯେ କେତେ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥାଏ, ସେକଥା ସେ ହିଁ ଜାଣିଛି। ଯଦି କୋଉ ବାପା ଆଖି ଆଗରେ ତା ଭେଣ୍ଡିଆ ପୁଅ ଚାଲି ଯାଏ ? ଏଇ କଷ୍ଟ ନକହିବା ଭଲ।

ମିଳିଥିବା ସୂଚନା ଅନୁସାରେ,  ମୃତ୍ୟୁବରଣ କରିଥିବା ଯୁବକଙ୍କ ନା ହେଉଛି ବିକାଶ ଗଡ଼ନାୟକ। ଘର ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ବିଲେଇ ଖଳି ଗାଁ ରେ। ଘଟଣା ଦିନ ବିକାଶଙ୍କ ସାନ ଭାଇଙ୍କୁ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବଡବାପାଙ୍କ ବଡ଼ ପୁଅ ପ୍ରକାଶ ଗଡ଼ନାୟକ ଓ ସାନ ପୁଅ ମିଶି ଆକ୍ରମଣ କରିଥିଲେ। ବିକାଶଙ୍କ ସାନ ଭାଇ ବେକରେ ଗୋଡ଼ ଦେଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ବିକାଶଙ୍କୁ ଫୋନ କରି ଡାକିଥିଲେ ସାନଭାଇ। ବିକାଶ ଘଟଣା ସ୍ଥଳରେ ପହଂଚି ନିଜ ସାନ ଭାଇଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ଉଦ୍ୟମ କରୁଥିଲେ। ଠିକ୍ ସେହି ସମୟରେ ବିକାଶଙ୍କ ସାନ ଭାଇଙ୍କୁ ଛାଡି ପ୍ରକାଶ ଆକ୍ରମଣ କରିଥିଲା ବିକାଶଙ୍କୁ। ଯାହା ଫଳରେ ଘଟଣାସ୍ଥଳରେ ହିଁ ବିକାଶ ଟଳି ପଡ଼ିଥିଲେ।

ପରିବାର ଲୋକ ମିଶି ବିକାଶଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ଆହୁରି ଗୁରୁତର ହେବାରୁ ବିକାଶଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା। ହେଲେ ଜୀବନ ବଞ୍ଚାଇ ପାରି ନଥିଲେ ଡାକ୍ତର। ଶେଷରେ ବିକାଶଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ସାଧାରଣ ରାଜନୀତି କଥାକୁ ନେଇ ଭାଇ ଯଦି ଭାଇର ଜୀବନ ନେବ ତେବେ ଏଦୁନିଆରେ ଆଉ ସମ୍ପର୍କର ମୂଲ୍ଯ କଣ ରହିବ? ତେବେ ଆକ୍ରମଣ କରି ପ୍ରକାଶ ଗଡ଼ନାୟକ ଓ ତା ସାନ ଭାଇଙ୍କୁ ହିନ୍ଦୋଳ ପୋଲିସ ଗିରଫ କରିଛି। ପ୍ରକାଶଙ୍କ ବାପା ଓ ମା ଫେରାର ଅଛନ୍ତି।

ad-week
Leave A Reply

Your email address will not be published.