ଆଈଙ୍କୁ ଟଣା ଓଟରା କରି ନାତି ଗିରଫ…

add-all

ବୁଗୁଡ଼ା (୦୬/୦୧) : ମଦ ନିଶାରେ ସମ୍ପର୍କୀୟ ଆଈଙ୍କୁ ଟଣା ଓଟରା କରି ଜେଲ ଗଲା ନାତି l ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ କୁମୁଟିଘାଇ ଗ୍ରାମର ମାନଭଞ୍ଜନ ପ୍ରଧାନ ଓରଫ୍ ପାଣ୍ଡିଆ l ଘଟଣାରୁ ପ୍ରକାଶ ଯେ, କରଚୁଲି ପଞ୍ଚାୟତ ଅନ୍ତର୍ଗତ ହୀରାପଲ୍ଲୀ ଗ୍ରାମରେ ଏକ ଭୋଜିରେ ଯୋଗ ଦେବା ପାଇଁ ପାଣ୍ଡିଆ ଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଆଈ ଉର୍ବଶୀ ନାୟକ ଅପରାହ୍ନ ପ୍ରାୟ ୩ଟା ବେଳେ ଗାଈ ଆଣିବାକୁ ପୋଖରୀ ଆଡକୁ ଯାଉଥିବା ଦେଖି ମଦ ନିଶାରେ ଚୁର୍ ଥିବା ପାଣ୍ଡିଆ ଉର୍ବଶୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଟଣା ଓଟରା କରିଥିବା ନେଇ ଉର୍ବଶୀ ଥାନାରେ ଅଭିଯୋଗ କରିବାରେ ପୋଲସ ଏ ନେଇ କେସ ନଂ ୧୦/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

ad-week
Leave A Reply

Your email address will not be published.