ଦାରିଙ୍ଗବାଡ଼ି ରେ ଶୀତ ଉତ୍ସବ ଉପଲକ୍ଷେ ମିନି ମାରାଥନ…

add-all

ଦାରିଙ୍ଗବାଡ଼ି , ୫/୧, ଦାରିଙ୍ଗବାଡ଼ି ରେ ଶୀତ ମହୋତ୍ସବ ଉପଲକ୍ଷେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗ ର ଲୋକେ ଭାଗ ନେଇ ବ୍ଲକ ପରିସରରୁ ବାହାରି ଆଇଟିଆଇ ପଡ଼ିଆ ରେ ପହଞ୍ଚିଥିଲେ । ଦାରିଙ୍ଗବାଡ଼ି ଅଞ୍ଚଳର ଭାଇଚାରା ଏକତା ରଖିବା ହିଁ ଏହି ଗଣ ଦୌଡ଼ ର ଉଦ୍ଧେଶ୍ୟ ବୋଲି ବିଡ଼ିଓ ଗଦାଧର ପାତ୍ର କହିଥିଲେ। କାର୍ଯ୍ୟକ୍ରମ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଙ୍କ ସମେତ ବିଡ଼ିଓ ଶ୍ରୀ ପାତ୍ର , ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଥାନା ଅଧିକାରୀ କୌଶିକ ମାଝୀ, ଏସ ଆଇ ଜିତେନ୍ଦ୍ର ବେହେରା, ଏସଆଇ ଲଷ୍ମୀ ମାଝୀ, ଏଏସଆଇ ପି ସିର୍ନିବାସ ରାଓ, ଏଏସଆଇ ଅର୍ଜୁନ ଶବର, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ୍, ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ପ୍ରମୁଖ ଙ୍କ ସହିତ ସମସ୍ତ ଲାଇନ ବିଭାଗ ଗଣ ଦୌଡ଼ ରେ ସାମିଲ ଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବା ଜଣାପଡ଼ିଛି। ମହିଳା ବର୍ଗ ରେ ଏସଆଇ ଲଷ୍ମୀ ମାଝୀ ଙ୍କ ସମେତ ଆଉ ଦୁଇ ଜଣ ମହିଳାଙ୍କୁ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.