ବିରିୟାନି ହେଲା ବିଷ, ଅନଲାଇନ୍‌ରେ ମଗାଇ ଚାଲିଗଲା ଜୀବନ…

add-all

ବେଙ୍ଗାଲୁରୁ: ବିରିୟାନି ହେଲା ବିଷ। ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ପରେ ଚାଲିଗଲା ଜୀବନ। ଅନଲାଇନ୍‌ ବିରିୟାନି ଖାଇ କେରଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫୁଡ୍‌ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ୨୦ ବର୍ଷୀୟ ଯୁବତୀ ଜଣକ ଅନଲାଇନ୍‌ରେ ‘କୁଜିମନ୍ଥୀ’ ବିରିୟାନି ମଗାଇଥିଲେ। ପୁଲିସ କହିବା ଅନୁଯାୟୀ, କସରଗଡ଼ ନିକଟସ୍ଥ ପେରୁମ୍ବାଲାରର ଅଞ୍ଜୁ ଶ୍ରୀପାର୍ବତୀ ନାମ୍ନୀ ଜଣେ ଯୁବତୀ ଗତ ଡିସେମ୍ବର ୩୧ରେ ଏହି ବିରିୟାନି ମଗାଇଥିଲେ।
କସରଗଡ଼ର ରୋମାନସିଆ ରେଷ୍ଟୁରାଣ୍ଟରୁ ସେ ଏହି ବିରିୟାନୀ ଅଲଲାନ୍‌ରେ ଅର୍ଡ଼ର କରିଥିଲେ। ଏହାକୁ ଖାଇବା ପରେ ସେ ସେବେଠାରୁ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଫୋରେନସିକ ରିପୋର୍ଟ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି। ଯୁବତୀ ଜଣକ ଏକ ପ୍ରାଇଭେଟ ହସପିଟାଲରେ ଚିକିତ୍ସିତ ହେଉଥିଲେ।

ଅନ୍ୟପଟେ ଏହି ଘଟଣାରେ ତଦନ୍ତ ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଛନ୍ତି। ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫୁଡ ପଏଜନିଂ ଅଭିଯୋଗ ହୋଇଥିବା ରେଷ୍ଟୁରାଣ୍ଟର ଲାଇସେନ୍ସ ବାତିଲ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ କୋଟାୟାମ ମେଡିକାଲ କଲେଜର ଜଣେ ନର୍ସଙ୍କର ସମାନ ଧରଣର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

ad-week
Leave A Reply

Your email address will not be published.