ଥରାଉଛି ଶୀତ: ରାଜଧାନୀ ସ୍ଥିତି ଗମ୍ଭୀର

add-all

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଲଗାତାର ଥଣ୍ଡା ସହର ଭାବେ ରହି ଆସିଥିବା ଦିଲ୍ଲୀରେ ଏବେ ୫ ଡିଗ୍ରୀ ତଳକୁ ଆଭେରେଜ ରହୁଛି। ଚଳିତ ଶୀତ ସିଜିନ୍‌ରେ ବର୍ତ୍ତମାନସୁଦ୍ଧା ତାପମାତ୍ରା ଅତି ନିମ୍ନସ୍ତରରେ ପହଞ୍ଚିଛି। ଅତ୍ୟଧିକ ଥଣ୍ଡାରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେକ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ପ୍ରବଳ ‌ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ସକାଳ ବେଳା ରାସ୍ତାଘାଟ ଅନ୍ଧାର ହୋଇଯାଉଛି।
ପ୍ରାୟ ୫୦ ମିଟର ଯାଏ କିଛି ଦିଶୁନି। ପ୍ରବଳ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୩୬ଟି ଟ୍ରେନ୍‌ ବିଳମ୍ବରେ ଚାଲୁଛି। ଗୋଟିଏ ଗୋଟିଏ ଟ୍ରେନ୍‌ ୧ରୁ ୭ ଘଣ୍ଡା ପର୍ଯ୍ୟନ୍ତ ବିଳମ୍ବ ହେଉଛି। ଅନ୍ୟପଟେ ଖରାପ ପାଗ ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଦିଲ୍ଲୀ ବିମାନବନ୍ଦରରୁ ପ୍ରାୟ ୩୪ଟି ଘରୋଇ ବିମାନ ଉଡ଼ାଣ ବିଳମ୍ବ ହୋଇଛି। ସେହିପରି ବିଭିନ୍ନ ଗନ୍ତବ୍ୟସ୍ଥଳରୁ ଆସୁଥିବା ୧୨ରୁ ଅଧିକ ବିମାନ ଦିଲ୍ଲୀ ବିମାନବନ୍ଦରରେ ବିଳମ୍ବରେ ପହଞ୍ଚିଛି।

ମର୍ଣ୍ଣିଂୱାକ୍‌ରେ ଯାଉଥିବା ଲୋକେ ଚା’ ଦୋକାନମାନଙ୍କରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଶୀତରେ ଯୋଗ, ବ୍ୟାୟାମ ପାଇଁ ବିଭିନ୍ନ ପାର୍କ ଓ ଇନ୍‌ଡୋର ହଲ୍‌ରେ ଲୋକେ ଏକତ୍ରିତ ହେଉଥିବା ଦେଖାଯାଉଛି। ଲୋକେ ବିଭିନ୍ନ ସ୍ଥାନରେ ଅଗ୍ନି ସଂଯୋଗ କରି ନିଆଁ ପୋଉଁଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.