ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲର୧୦ମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ସନ୍ଦେହ…!

add-all

ପରିବାର ପକ୍ଷରୁ ହତ୍ୟା ଅଭିଯୋଗ଼ ନେଇ ଥାନାରେ ଲିଖିତ ଅଭିଯୋଗ

ଦାରିଙ୍ଗବାଡ଼ି,୧୨/୦୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର ମୃତ୍ୟକୁ ନେଇଁ ମୃତ ସୁନେଲି ମାଝୀର (କକା) ମଙ୍ଗରାଜ ମାଝୀ (୪୦) ଆଜି ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପରିବାର ସଦସ୍ୟ କହିବା କଥା, ଶୀତ ଛୁଟିରେ ସୁନେଲି ନିଜ ଘରକୁ ଆସି ସୁସ୍ଥତାର ସହିତ ଝିଅ ଘରେ ରହିଥିଲା। ହେଲେ ଚଳିତ ମାସ ଗତ ୬ ତାରିଖ ଦିନ ନିଜ ଘର ତଥା ଗାଁ ଗୁମାଣ୍ଡିରୁ ବାପ କୁଟିଶା ମାଝୀ ସୁସ୍ଥ ଅବସ୍ଥାରେ ଝିଅ ସୁନେଲିକୁ ସ୍କୁଲରେ ରଖି ନିଜ ଗାଁକୁ ଆସିଥିଲା। ପୁଣି ପରିବାର ସଦସ୍ୟଙ୍କ କହିବା କଥା ଗତ ୧୦ ତାରିଖ ଦିନ ବଡ଼ ଭଉଣୀ, ସୁନେଲିକୁ ସୁସ୍ଥ ଅବସ୍ଥାରେ ଦେଖି କଥା ହୋଇ ଫେରିଥିବା ଦାବି କରିଛନ୍ତି। ହେଲେ ୧୧ ତାରିଖ ଦିନ ସମୟ ପ୍ରାୟ ୧୧ ଘଟିକା ସମୟରେ ହଟାତ ସ୍କୁଲର ଶିକ୍ଷକ ଜଣେ ଗାଁରେ ପହଂଚି ସୁନେଲିର ହଷ୍ଟେଲରେ ମୃତ୍ୟୁ ହୋଇଥିବା ଖବର ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ମୃତ୍ୟୁ ଖବର ପାଇ ପରିବାର ସଦସ୍ୟ ଅନ୍ତେବାସରେ ପହଞ୍ଚି ଝିଅ ସୁନେଲିକୁ ଦେଖିଥିଲେ, ହେଲେ ସୁନେଲି ନାକରୁ ରକ୍ତ ଝରିଥିବା ଦେଖି ସୁନେଲିର ସ୍ୱାଭାବିକ ମୃତ୍ୟୁ ନ ହୋଇ ହତ୍ୟା କାରାଯାଇଥିବା ପରିବାର ପକ୍ଷରୁ ଦାବୀ କରାଯାଉଛି। ପରିବାର ସଦସ୍ୟଙ୍କ କହିବା କଥା, ସ୍କୁଲର କତୃ ପକ୍ଷକଙ୍କ ଅନ୍ତେବାସୀ ମାନଙ୍କ ପ୍ରତି ଦାଇତ୍ୱ ହୀନତା ଓ ଢିଲା ସୁରକ୍ଷା ବ୍ୟବସ୍ଥାରୁ କେହିନା କେହି କୋୖଣସି କାରଣରୁ ହତ୍ୟା କରିଥିବା ସନ୍ଦେହ କରିଛନ୍ତି। ଏପାଖରେ ଖବର ନେବାରୁ ଅନ୍ତେବାସ ଦାୟୀତ୍ୱରେ ଥିବା କର୍ମଚାରୀ ମାନେ କହିଛନ୍ତି ଯେ ସୁନେଲିକୁ ସୋମବାର ଜ୍ବର ହୋଇ ଗୋଡ଼ ହାତ ବିନ୍ଧିଥିଲା । ସ୍ବାସ୍ଥ୍ୟ ଅସୁସ୍ଥ ଥିବା ଖବର ଜାଣି ପାରି ଦାୟିତ୍ୱରେ ଥିବା ରୋଷେୟା ମାନେ ମଙ୍ଗଳବାର ଦିନ ସ୍ଥାନୀୟ ଡାକ୍ଟରଖାନାକୁ ଚିକିତ୍ସା ପାଇଁ ନେଇଯାଇ ଥିଲେ । ଡାକ୍ଟରଖାନାରେ ଆବଶ୍ୟକୀୟ ଚିକିତ୍ସା କରି ସ୍କୁଲ ଅନ୍ତେଃବାସକୁ ଫେରାଇ ଆଣିଥିଲେ । ହେଲେ ବୁଧୁବାର ସକାଳେ ସୁନେଲି ମାଝୀ ଅଧିକ ଦୁର୍ବଳ ହୋଇ ପଡ଼ିବାରୁ ଯଥା ଶୀଘ୍ର ଅଟ ଯୋଗେ ଡାକ୍ଟରଖାନାରେ ପହଞ୍ଚାଇ ଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର ତନାଘନା ଜାରି ରଖି କେସ ନମ୍ୱର୍ ୧/୨୦୨୩ ଅପ ମୃତ୍ୟ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନିର୍ଦେଶ କରିଥିଲେ। ହେଲେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିନ ପାରି, ପରିବାର ସଦସ୍ୟ ଓ ଗ୍ରାମବାସୀ ଉଚ୍ଚ ପ୍ରଶାସନ ପହଂଚି ଉପଯୁକ୍ତ ନ୍ୟାୟ ନଦେବା ଯାଏ ଶବ ବ୍ୟବଛେଦ କରିବାକୁ ମନା କରି ଦେଇଥିଲେ। ଯାହାରି ଫଳରେ ଜିଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଓ ସହକାରୀ ମଙ୍ଗଳ ଅଧିକାରୀ ଜୀବନ ଜ୍ୟୋତି ବଗର୍ତ୍ତି ଘଟଣା ସ୍ଥଳରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରି ଜନ ସାଧାରଣଙ୍କ ଦାବୀ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ। ପ୍ରଶାସକଙ୍କ ପ୍ରତିଶୃତି ପରେ ଆଜି ଦିବା ପ୍ରାୟ୧୨ ଘଟିକା ସମୟରେ ଶବ ବ୍ୟବଛେଦ କରାଯାଇ ପରିବାର ସଦ୍ୟସଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ସହିତ ପ୍ରଶାସନ ଅଧିକାରୀ ରେଡ଼କ୍ରସ ଫଣ୍ଡରୁ ମୃତ ପରିବାରକୁ ନଗତ କୋଡିଏ ହଜାର ଟଙ୍କା ଓ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇ ଥିବା ଜଣାପଡିଛି। ପ୍ରକାଶ ଥାଉକି ଉପଝୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହିତ ଦାଇତ୍ୱ ହୀନ କର୍ମଚାରୀ ମାନଙ୍କୁ ବହିଷ୍କାର କରାନଗଲେ ଆଗାମୀ ଦିନରେ ବିକ୍ଷୋଭ ସହିତ ଜନ ଆନ୍ଦୋଳନ କରାଯିବାକୁ ଅଞ୍ଚଳ ବାସୀପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.