ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

add-all


ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲାବୃଡି ପଞ୍ଚାୟତର ଖେଳପଡିଆ ଠାରେ ରାଷ୍ଟ୍ରୀୟ ଯୁବ ଦିବସ ତଥା ବିଶ୍ୱରେ ଭାରତୀୟ ସଂସ୍କୃତି ପ୍ରତିଷ୍ଠା କରିଥିବା ମହାନ ଆଧ୍ୟାତ୍ମିକ ଗୁରୁ, ସାମାଜ ସଂସ୍କାରକ ଏବଂ ଯୁବକମାନଙ୍କ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲିଳାବତି କହଁର ଯୋଗଦେଇ ଯୁବକ ମାନଙ୍କ ପ୍ରେରଣା ଉଦ୍ଦେଶ୍ୟରେ ସ୍ବାମୀଜୀ କହିଥିବା ବିଭିନ୍ନ ଉକ୍ତି ମାନ କହିଥିଲେ । ବିଶ୍ବର ବିଭିନ୍ନ ଦେଶକୁ ସ୍ବାମୀଜୀ ଯାଇ ଯେଉଁ ଭଳି ଭାବରେ ଆମ ଭାରତର ସଂସ୍କୃତି ପରମ୍ପରା ଓ ହିନ୍ଧୁ ଧର୍ମକୁ ବିଦେଶରେ ଆଦର କରାଇ ପାରିଥିଲେ ତାହା ସବୁଦିନ ପାଇଁ ଆମ ସମସ୍ତଙ୍କ ମନରେ ମନେ ରହିବ ଏବଂ ତାଙ୍କ ନିତି ଆଦର୍ଶକୁ ଅନୁସରଣ କରି ଯଦି ଏକ ଯୁବକ ନିଜକୁ ଗଢି ତୋଳିବ ତାହେଲେ ସେ ସମାଜରେ ଜଣେ ଆଦର୍ଶ ଯୁବକ ହୋଇପାରିବ ବୋଲି ସଭାପତି ଗୋଲକ କହଁର କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଶୁଶିଲ କହଁର, ଯୁବନେତା ଶୁବଳ କହଁର, ଭାଗବତ କହଁର, ଦିଲ୍ଲୀପ କହଁର, ରମେଶ ଚନ୍ଦ୍ର ପ୍ରଧାନ, ଶାମନ୍ତ କହଁର, ଶ୍ରୀକାନ୍ତ କହଁର, ଟୁକୁନା ବଗର୍ତ୍ତି , ମାନସ କହଁର ପ୍ରମୁଖଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

ad-week
Leave A Reply

Your email address will not be published.