ହକି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ

add-all

ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସ୍କ୍ରାର୍ଫରେ ନିର୍ମିତ ବିଶ୍ୱକପ୍ ହକି ଲଗୋ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ୪୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ହକି କପ୍ ଲଗୋକୁ ଉନ୍ମୋଚିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, ଉପମେୟର ଇ. ବିବେକ ରେଡ଼ି, କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ଏମ୍‌, ଜଗନ୍ନାଥ ସାବତଙ୍କ ସମେତ ବହୁ କାର୍ପେ।ରେଟର ପ୍ରମୁଖ ଯୋଗଦେଇ ଶୁଭଉଦ୍‌ଘାଟନ କରିଥବଲେ । ୫ କୁଇଟାଲ୍ ସ୍କାର୍ଫ ରେ ଏହି ହକି କପ୍ ଲଗୋ ନିର୍ମାଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱ ହକି କପ୍ ଲଗୋର ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଏହି ଅବସରରେ ଭି୧୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଦ୍ୱାରା ହକିଲୋଗୋର ମାନବ ଶୃଙ୍ଖଳ ନିର୍ମାଣ ହୋଇଥିଲା।

ad-week
Leave A Reply

Your email address will not be published.