ଜିପିଏସ ଓ ଡିଜିପିଏସ ମାଧ୍ୟମରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ…

add-all

ଛତ୍ରପୁର : ସୁପ୍ରମିକୋର୍ଟ ଗାଇଡ ଲାଇନ ଅନୁସାରେ ଏଣିକି ଜଙ୍ଗଲ ଜମିର ନିର୍ଦ୍ଦାରଣ ହେବ । ଏନେଇ ଶୁକ୍ରବାର ଜିଲା ପରିଷଦ ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲାର ବ୍ରହ୍ମପୁର ଜଙ୍ଗଲ ବିଭାଗ, ଘୁମୁସର ଉତର ଓ ଦକ୍ଷିଣ ଜଙ୍ଗଳ ବିଭାଗ, ଜିଲାର ସମସ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଭାବେ ପ୍ରଫୁଲ କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ, ଘୁମୁସର ଉତର ଡିଏଫଓ ସୁଦର୍ଶନ ବେହେରା, ଘୁମୁସର ଦକ୍ଷିଣ ଡିଏଫଓ ଦିଲ୍ଲିପ କୁମାର ରାଉତ,ସୁଭଦର୍ଶନୀ ମିଶ୍ର, ସୁନିତା ଜୀ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ ପାତ୍ର,ଭଞ୍ଜନଗର ଉପଜିଲାପାଳ ଜ୍ୟୋତିଶଙ୍କର ରାୟ ପ୍ରମୁଖ ମଚାଂସିନ ଥିଲ । ଏଣିକି ଜିପିଏସ ଓ ଡିଜିପିଏସ ମାଧ୍ୟମରେ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଦାରଣ କରାଯିବ ବୋଲି ବୈଠକରେ କୁହାଯାଇଛି । ଏହି ସର୍ଭେ କାମ ଖୁବ କମ ଦିନ ଭିତରେ ଆରମ୍ଭ ହେବ ବୋଲି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି । ଯେଉଁ ସ୍ଥାନରେ କିଛି ଯଦି ସମସ୍ୟା ରହିଥିବ ସେଠାରେ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ସର୍ଭେ କରିବେ ପରେ ଏହା ଯୁଗ୍ମ ଯାଂଚ କମିଟି ପକ୍ଷରୁ ଏହାର ସମସ୍ୟାର ସମାଧାନ କରାଯିବ । ପରେ ଏହାର ଫାଇନାଲ ନୋଟିଫିକସନ କରିବେ ସରକାର । ଏହି ସବୁ ସୁପ୍ରିମକୋର୍ଟର ଗାଇଡ ଲାଇନ ଅନୁସାରେ କାର୍ଯ୍ୟ ହେବ ବୋଲି ବୈଠକରେ କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାର ସମସ୍ତ ତହସିଲ ର ତହସିଲଦାର,ଆରଆଇ,ଫରେଷ୍ଟର, ଗାର୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.