
ହିଞ୍ଜିଳିକାଟୁ : ଖଲିକୋଟ ରାଜା ବଂଶ ର ସୁଯୋଗ୍ୟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତଯ ଜନ୍ମ ଜୟନ୍ତୀ ଉତ୍ସବ ଶୁକ୍ରବାର ହିଞ୍ଜିଳିକାଟୁ କଲେଜ ରାମଚନ୍ଦ୍ର ଶତବାର୍ଷିକୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଭାଗ ପ୍ରଫେସର ଡ଼ଃ ଦାଶରଥି ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜାଙ୍କ ଜନସେବା , ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଗମନାଗମନ କ୍ଷେତ୍ରରେ ରାଜା ଙ୍କ ଅବଦାନ କୁ ଅତୁଳନୀୟ ବୋଲି ମତ ପ୍ରକାଶ ପାଇଥିଲା। ଓଡ଼ିଆ ଜାତି ପାଇଁ ଚିର ନମସ୍ୟ ଓ ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟ ଅତିଥି ଭୂୟାଁ କହିଥିଲେ। କଲେଜ ଅଧ୍ୟକ୍ଷା ଡ଼ ସ୍ବସ୍ତିକା ପାଢ଼ୀ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ପ୍ରାଧ୍ୟାପିକା ସମ୍ପର୍ଣ୍ଣାରାଣୀ ଦାଶ ସ୍ବାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ବିଷ୍ଣୁପ୍ରିୟା ପଣ୍ଡା, ଅଧ୍ୟାପକ ଅକ୍ଷୟ ପ୍ରଧାନ, ଡ଼ ପ୍ରଫୁଲ୍ଲ କୁମାର ରଥ ମଂଚାସୀନ ଥିଲେ। ପୂର୍ବରୁ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଓ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଅଞ୍ଚଳର ବୁଦ୍ଧିଜୀବି ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।