ଫୁଲବାଣୀ ପରିବହନ ବିଭାଗ ପକ୍ଷରୁ ସଚେତନତା ଓ ରାଲି…

add-all

ଫୁଲବାଣୀ :- ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଫୁଲବାଣୀ ଠାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଆନୁଷ୍ଠାନିକ ଭାବେ ସବୁଜପତକା ଦେଖାଇ ଉଦ୍ଘାଟନ କରିଥିଲେ l
ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ଼ ଧରି ସଡକ ସୁରକ୍ଷା ଜୀବନ ରକ୍ଷା, ସର୍ବଦା ଟ୍ରାଫିକ ନିୟମ ପାଳନ, ନିଶା ଗ୍ରସ୍ତ ଅବସ୍ଥାରେ ଗାଡିନ ଚଲାଇବା, ବାଇକ ଚାଳକ ଓ ଯାତ୍ରୀ ଉଭୟ ହେଲମେଟ ପିନ୍ଧିବା, କାର ଓ ଅନ୍ୟ ଗାଡିଚାଳକ ସର୍ବଦା ସିଟ ବେଲ୍ଟ ପିନ୍ଧିବା ଆଦି ସମ୍ପର୍କରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ lସେହିପରି ହେଲମେଟ ପିନ୍ଧିଥିବା ବାଇକ ଚାଳକ ଓ ସିଟ ବେଲ୍ଟ ପିନ୍ଧିଥିବା କାର ଚାଳକଙ୍କୁ ଆରଟିଓ ଶିଶିର କୁମାର ସାହୁ, ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଓ ଛାତ୍ରଛାତ୍ରୀ ଗୋଲାପ ଫୁଲ ପ୍ରଦାନ କରି ଉତ୍ସାହିତ କରିଥିଲେ l
ଏହି ରାଲି ଆରଟିଓ କାର୍ଯ୍ୟାଳୟରୁ ବାହାରି ଗାନ୍ଧୀଛକ, ଗୋପବନ୍ଧୁ ଛକ, ମୁଖ୍ୟ ବଜାର ଦେଇ ମାଦିକୁନ୍ଦା ଛକ, ସିନେମା ହଲରୋଡ ଦେଇ ଆରଟିଓ କାର୍ଯ୍ୟାଳୟରେ ପହଞ୍ଚିଥିଲା lଆସନ୍ତା କାଲି ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳ ବୁଲି ସପ୍ତାହ ବ୍ୟାପୀ ସଚେତନ କରିବ ବୋଲି ଆରଟିଓ ଅଧିକାରୀ ଶ୍ରୀ ସାହୁ କହିଛନ୍ତି lଏହି ରାଲିରେ ସ୍କୁଲ ଛାତ୍ର ଛାତ୍ରୀ, ସ୍ବେଛାସେବୀ, ଗଣ ମାଧ୍ୟମ ପ୍ରତିନିଧି, ଟିମ ହ୍ୟୁମାନୀଟି ସଦସ୍ୟ ମାନଙ୍କ ସମେତ ଏମଭିଆଇ, ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.