ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀ ଦେବିଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ପୁଜାର୍ଚ୍ଚନା ଅନୁଷ୍ଠିତ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ, ମକର ସଂକ୍ରାନ୍ତି ଉପଲକ୍ଷେ ମାଁ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟ ଙ୍କୁ ନେଇ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ତ୍ରିଦେବ ନଗର ବସ୍ତିର ବିଭିନ୍ନ ସମସ୍ୟାର ସରଳ ସମାଧାନ ଏବଂ ଆଗାମୀ ଦିନରେ କିପରି ତ୍ରିଦେବ ନଗର ବସ୍ତିର ସମସ୍ତ ଶୃଙ୍ଖଳିତ ପରିବାର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାଇଚାରାର ମନୋଭାବ ନେଇ ଚଳିବା ସହିତ ଫୁଲବାଣୀ ସହରର ସମସ୍ତ ଅଧିବାସୀଙ୍କୁ କିପରି ମାଁ ବ୍ରାହ୍ମଣୀଦେବୀ ସୁରକ୍ଷିତ ରଖିବେ ସେଥିପାଇଁ ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟଙ୍କ ଆଲୋଚନା ପ୍ରକାରେ ଆଜି ବହୁ ଆଡ଼ମ୍ବରରେ ମାଁ ବ୍ରାହ୍ମଣୀଦେବୀଙ୍କ ପାଖରେ ଅଖଣ୍ଡ ଦୀପଜାଳି ପୂଜା ଅର୍ଚ୍ଚନା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମଟିକୁ ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ସଭାପତି ସୁରଥ କହଁର, ବିରାଜ କୁମାର ପ୍ରଧାନ, ଚନ୍ଦ୍ରମଣୀ ଦେହୁରୀ, ତାରାବତୀ ମାଝି,ଝୁନୁ କହଁର, ପ୍ରକାଶଚନ୍ଦ୍ର ପାଢି, ସୁନିଲ୍ ଦିଗାଲ,ମାଧବ ଦିଗାଲଙ୍କ ଶୃଙ୍ଖଳିତ ଆଲୋଚନା ଏବଂ ମତାମତ ପ୍ରକାରେ ଆଜିର କାର୍ଯ୍ୟକ୍ରମ ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ କିପରି ଦିର୍ଘ ବର୍ଷ ଧରି ଅବହେଳିତ ଅସଜଡା ଅବସ୍ଥାରେ ପଡିରହିଥିବା ମାଁ ବ୍ରାହ୍ମଣୀଦେବୀଙ୍କ ପୀଠର ମରାମତି କାର୍ଯ୍ୟ କରାଯାଇ ପାରିବ ସେ ବିଷୟରେ କନ୍ଧମାଳ ଜିଲ୍ଲାର ଜନ ପ୍ରତିନିଧଙ୍କ ଦୃଷ୍ଟି ଗୋଚର କରି କିପରି ମାଁ ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ଉନ୍ନତି କରଣ ହୋଇପାରିବ ସେ ବିଷୟରେ କମିଟି କର୍ମକର୍ତ୍ତା ଆଲୋଚନା କରିଥିଲେ ଏବଂ ଆସନ୍ତା ମାସରେ ମାଁ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ଥିବାରୁ କମିଟି କର୍ମକର୍ତ୍ତା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଧାୟକ ମହୋଦୟ ଏବଂ ସାଂସଦ ମହୋଦୟଙ୍କୁ ଲିଖିତ ଭାବରେ ଜଣାଇ ମାଁଙ୍କ ମନ୍ଦିର କିପରି ନିର୍ମାଣ କରାଯାଇ ପାରିବ ସେ ବିଷୟରେ ବସ୍ତିର ସଭାପତି ସୁରଥ କହଁର ଆଲୋଚନା କରିଥିଲେ l

ad-week
Leave A Reply

Your email address will not be published.