ବ୍ରହ୍ମପୁର ପଟ୍ଟା ରିକ୍ସା ଚାଳକ ସଙ୍ଗର ବାର୍ଷିକ ଉତ୍ସବ ପାଳିତ…

add-all


ବ୍ରହ୍ମପୁର — ଆଜି ବ୍ରହ୍ମପୁର ପଟ୍ଟା ରିକ୍ସା ଚାଳକ ସଂଘର 32ତମ ବାର୍ଷିକ ଉତ୍ସବ ସୁକୁଣ୍ଡା ନରସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଗତ ବର୍ଷ ମଧ୍ୟରେ ମୃତ ରିକ୍ସା ଚାଳକ ଙ୍କ ପାଇଁ ପ୍ରଥମେ ନିରବ ପ୍ରାଥନା କରାଯାଇଥିଲା l ଏହା ପରେ ସଂଗଠନ ପାଇଁ ସ୍ଥାୟୀ ଅଫିସ ଗୃହ ଯୋଗାଇବା, ପ୍ରତି ଶ୍ରମିକକୁ ଦଶଲକ୍ଷ ଟଙ୍କାର ବୀମା କରିବା, ଶ୍ରମିକ ପରିଚୟ ପତ୍ର ଯୋଗାଇବା, ବିନା ସୁଧରେ ଡାଲା ଡେମ୍ପୁ ଯୋଗାଇବା, ପଟ୍ଟା ରିକ୍ସା ଚାଳକଙ୍କ ପିଲାଙ୍କୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ରାଜୀବ ଆବାସ ଯୋଜନାରେ ଘର ଦେବା ପାଇଁ ସରକାର ଙ୍କ ନିକଟରେ ଦାବୀ କରା ଯାଇଥିଲା l ଆଇନଜୀବି ତଥା ଶ୍ରମିକ ନେତା ପୀତବାସ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ବସନ୍ତ ପାତ୍ର, ସୌମେନ୍ଦ୍ର ସାହୁ,ସୁରେଶ ବେହେରା, ଜଡ଼ା ପାତ୍ର, ଲଛମନ ରାଓ, ରାଜେନ୍ଦ୍ର ବେହେରା, ପ୍ରଭାକର ସାହୁ,ପ୍ରଶାନ୍ତ ସାହୁ,ଶିବ ସାହୁ, ରବି ଗୌଡ଼, ଭାଗ୍ୟ ଦାସ, ପ୍ରଭୁତି ଶତାଧିକ ସଭ୍ୟ ଯୋଗ ଦେଇଥିଲେ ଉତ୍ସବ

ad-week
Leave A Reply

Your email address will not be published.