ମାଲ୍ୟଵନ୍ତ ମହୋତ୍ସବ ନେଇ ଆୟୋଜିତ ହେଲା ପଥ ଉତ୍ସବ…

ମୁଖ୍ୟ ଆକର୍ଷଣ ବିଏସଏଫ ଡଗ୍ ସୋ…

add-all

ମାଲକାନଗିରି, ୧୪/୦୧/୨୩: ଆଜି ବାଲିମେଳା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଥ ଉତ୍ସବରେ ଭରି ଯାଇଥିଲା। ମାଲ୍ୟବନ୍ତ ମହୋତ୍ସବ ନେଇ ଏଠାରେ ପଥ ଉତ୍ସବର ଆୟୋଜନ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିବା ବେଳେ ମଞ୍ଚରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବଳଭଦ୍ର ଦୀପ, ଉପଜିଲ୍ଲାପାଳ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ଶ୍ରୀ ତ୍ରିନାଥ ମାଝୀ ଓ ତହସିଲଦାର, ମାଲକାନଗିରି, ଶ୍ରୀ ଚନ୍ଦନ କୁମାର୍ ଭୋଇ ଉପସ୍ଥିତ ଥିଲେ । ଏହି ଅବସରରେ ବାଲ୍ୟ ବିବାହ ରୋକିବା ନିମନ୍ତେ ହସ୍ତାକ୍ଷର ଅଭିଯାନ, କୌତୁକ ପୋଷାକ ଓ ରଙ୍ଗୋଲି ଆୟୋଜନ କରାଯାଇଥିଲା। ଏହି ଉତ୍ସବ ରେ ତିନୋଟି ମଞ୍ଚ କରାଯାଇ ନୃତ୍ୟ ଗୀତ ଓ ନାଟକ ପରିବେଷଣ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ବୀକୃତି ପ୍ରାପ୍ତ ମାଲକାନଗିରିର ଯୁବ ବାଲୁକା ଶିଳ୍ପୀ ମୁକା କାବାସୀ ବାଲୁକାରେ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା ବାର୍ତ୍ତା ଆଙ୍କିଥିଲେ। ସେହିପରି ସଡ଼କ ସଚେତନତାକୁ ନେଇ ମଧ୍ୟ ଅନୁରୂପ ଭାବେ ସୁନ୍ଦର ବାର୍ତ୍ତା କୁ ସ୍ଥାନ ଦିଆଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ନିବାରଣ ଉପରେ ଏକ ନାଟକ ପରିବେଷଣ ହୋଇଥିଲା। ଏଠାରେ ସ୍ବତନ୍ତ୍ର ଆକର୍ଷଣ ଥିଲା ବିଏସଏଫର ଡଗ୍ ସୋ ଏବଂ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ। ସେହିପରି ବିଏସଏଫ୍ ପକ୍ଷରୁ ବିହୁ ନୃତ୍ୟ ପରିବେଷଣ କରାଯାଇଥିଲା। ସ୍କେଟିଂ, ଫୁଟବଲ୍, ଧନୁତୀର ଚାଳନା, ମଲ୍ଖମ, ଯୋଗ , ଝୋଟି ସହ ମାଗଣା ରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଉତ୍ସବ ରେ ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଧ୍ରୁବଚରଣ ମୁଦୁଲି, ଜିଲ୍ଲା ନିୟୋଜନ ଅଧିକାରୀ, ମନ୍ସ୍ଵୀ ସେଠୀ, ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ଶ୍ରମ ଅଧିକାରୀ, ପୁର୍ଣିମା ଡୁରୁକା, ସୂଚନା ଅଧିକାରୀ , ପ୍ରମିଳା ମାଝୀଙ୍କ ସମେତ ଜିଲ୍ଲାର ବୁଦ୍ଧିଜୀବି, ବିଭିନ୍ନ ସାଂସ୍କୃତିକ ସଂଗଠନ, ଏନସିସି ଦଳ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମ ର ପ୍ରତିନିଧି ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.