
ଦାରିଙ୍ଗବାଡି (୧୪/୦୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମ ସ୍ଥିତ ମା ଭୈରଭିଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କନ୍ଧମାଳ ଜିଲା ସମେତ ସୀମାନ୍ତବର୍ତ୍ତି ଗଜପତି, ଗଂଜାମ,ରାୟଗଡା ଜିଲାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ ସହିତ ସାନିଧ୍ୟ ଲାଭ କରିବାକୁ ଆସିଥିବା ଦେଖିବାକୁ ମିଳିଛି। ମାସର ପ୍ରତି ସଂକ୍ରାନ୍ତିରେ ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆସିଥାନ୍ତି ସତ ହେଲେ ମକର ସଂକ୍ରାନ୍ତିରେ ମାଙ୍କ ପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୁଏ । ଏହି ଦିନ ମାନସିକ ଧାରୀଙ୍କ ସହାୟତା ଓ ଗ୍ରାମ ବାସୀଙ୍କ ସହଯୋଗ କ୍ରମେ ଏହି ପିଠକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ଅଞ୍ଚଳ ବାସୀଙ୍କ କହିବା କଥା ଏହି ପୀଠର ସ୍ୱତନ୍ତ୍ର ମହିମା ରହିଛି। ଯାହାକି ମାଙ୍କ ସାନିଧ୍ୟ ଲାଭ କରିବାକୁ ଯେକେହିବି ଏହି ପୀଠରେ ପହଞ୍ଚିଛି ମାଙ୍କ ସାନିଧ୍ୟ ମାଧ୍ୟମରେ ତାର ମନସ୍କାମନା ପୂରଣ ହୋଇଛି। ହେଲେ ଆଜି ଯାଏ ପ୍ରଶାସନ ପକ୍ଷରୁ ଏହି ପୀଠର ଉନ୍ନତି କରଣ ପାଇଁ ଦୃଷ୍ଟି ଦିଆ ଯାଇ ନାହି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଧାର୍ମିକ ପୀଠର ଉନ୍ନତୀ କରଣ ପାଇଁ ବହୁ ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଆସିଛି ଝିଞ୍ଜିରିଗୁଡାସ୍ଥିତ ମା ଭୈରବୀଙ୍କ ମନ୍ଦିର ସ୍ଥଳି।