ଲେଖକସାମ୍ମୁଖ୍ୟର ମକର ମିଳନ ଓ ଦ୍ୱିବାର୍ଷିକ ନିର୍ବାଚନ

add-all

ଫୁଲବାଣୀ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ ଭାଷା ସାହିତ୍ୟର ପୁରୋଧା, ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମକର ମିଳନ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଉପସ୍ଥିତ ରହି ପୂଜ୍ୟାପୂଜା ବ୍ୟାସକବିଙ୍କ ର ଜୀବନୀ ଉପରେ ଆଲୋକପାତ କରିବା ସହ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରେ କବୟିତ୍ରୀ ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଉପସ୍ଥିତ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ l ପ୍ରାରମ୍ଭରେ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା, କୈଳାଶ ଚନ୍ଦ୍ର ଧଳ ବନ ବିହାରୀ ନନ୍ଦ ପ୍ରଭୃତି ସହଯୋଗ କରିଥିଲେ l ବୌଦ୍ଧରୁ କିଶୋର ଚନ୍ଦ୍ର ମିଶ୍ର ପ୍ରଣତି ତ୍ରିପାଠୀ, ଡ଼ଃ ଚିତ୍ତରଞ୍ଜନ ମିଶ୍ର, ପ୍ରଭାତୀ ପାତ୍ର, ସନ୍ତୋଷ ତ୍ରିପାଠୀ, ସୋମନାଥ ସାହୁ, ବାଲିଗୁଡ଼ାରୁ ରବୀନ୍ଦ୍ରନାଥ ରଥ, ସୁଜିତ ପଣ୍ଡା, ଅଶୋକ ଭଟ୍ଟ , ଅଶୋକ କୁମାର ବେହେରା, ଶ୍ୟାମ ସୁନ୍ଦର ପଣ୍ଡା,ରାଜ କିଶୋର ପାଢ଼ୀ ପ୍ରଶାନ୍ତ କୁମାର ମହାପାତ୍ର, ବୈଜୟନ୍ତୀ ଵାଲା ମହାପାତ୍ର, ନବ କିଶୋର ରଥ, ବିରଞ୍ଚି ସାହୁ, ସୁଜିତ ପ୍ରଧାନ, ସନ୍ତୋଷ କୁମାର ସାହୁ ପ୍ରଭୃତି ଉପସ୍ଥିତ ରହି କବିତା ପାଠ କରିଥିଲେ l
ପରେ ପରେ ଅନୁଷ୍ଠାନର ଦ୍ବିବାର୍ଷିକ ନିର୍ବାଚନ ହୋଇଥିଲା l ସାହିତ୍ୟିକ ଓ ସଂଗଠକ ଶ୍ରୀ ନବୀନ କିଶୋର ପଣ୍ଡା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରବୀନ୍ଦ୍ରନାଥ ମିଶ୍ର, ଉପସଭାପତି ଭାବେ ବିଜୟ କୁମାର ମହାନ୍ତି, ଅଶୋକ କୁମାର ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର, ସମ୍ପାଦକ ଭାବେ ବନବିହାରୀ ନନ୍ଦ, ସହସମ୍ପାଦକ ଭାବେ କୈଳାଶ ଚନ୍ଦ୍ର ଧଳ ଓ ଶ୍ରୀମତୀ ଜ୍ୟୋତିର୍ମୟୀ କାହଁର, ସଂଗଠନ ସମ୍ପାଦକ ଭାବେ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ଓ ବିରାଜିନୀ ମହାପାତ୍ର ଏବଂ କୋଷାଧ୍ୟାକ୍ଷ ଭାବେ ଡ଼ଃ ନୃସିଂହାନନ୍ଦ ମହାପାତ୍ର ନିର୍ବାଚିତ ହୋଇଥିଲା ବେଳେ ଫୁଲବାଣୀରୁ ଶ୍ରୀମତୀ ହରପ୍ରିୟା ମିଶ୍ର, ଶ୍ରୀମତୀ ଆରତୀ ପରିଛା, ଦୁର୍ୟୋଧନ ପ୍ରଧାନ ରାମକୃଷ୍ଣ ବେହେରା, କୁନ୍ଦନ ସିଂ, ସଦାଶିବ ପାତ୍ର, ଦାରିଙ୍ଗବାଡିରୁ ବିଦେଶୀ ନାୟକ, ବାଲିଗୁଡାରୁ ସନ୍ତୋଷ ମିଶ୍ର,ରାଇକିଆରୁ ଶୀତୁ ପ୍ରକାଶ ଏବଂ ଟିକାବାଲି ରୁ ଲତାଞ୍ଜଳି ମହାନ୍ତି କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ |

ad-week
Leave A Reply

Your email address will not be published.