ଅସହାୟ ଅବସ୍ଥାରେ ରଶ୍ମିତାଙ୍କ ପରିବାର…

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ପଲାବୃଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରାଡ଼ିମୁଣ୍ଡା ଗ୍ରାମ ଡମପିଡ଼ିଆ ସାହିର ରଶ୍ମିତା ଦିଗାଲ। ୪ବର୍ଷ ପୂର୍ବରୁ ସ୍ବାମୀ ରାଜୁ ଦିଗାଲଙ୍କ ହୃଦଘାତରେ ହଠାତ ଦେହାନ୍ତ ହୋଇଥିଲା। ରାଜୁର ରୋଜଗାରରେ ପରିବାରର ଚାଲୁଥିଲା।କିନ୍ତୁ ରାଜୁର ଦେହାନ୍ତ ପରେ ପରିବାର ବର୍ତ୍ତମାନ ଅସହାୟ ଅବସ୍ଥାରେ ଅଛନ୍ତି।ଶେଷ‌ରେ ମୂଲ ଲାଗି ପରିବାର ଚଳାଇବାକୁ ଉଦ୍ୟମ କରୁଛନ୍ତି ରଶ୍ମିତା।
ଏହି ଗରିବ ପରିବାର ପାଇଁ ସରକାରୀ ସୁବିଧା‌ ସାତ ସପନ ହୋଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ। ସରକାରୀ ଘର ପାଇଁ ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଓଳିଏ ଖାଇଲେ ଆର ଓଳି ଉପାସ ରହିବାକୁ ପଡ଼ୁଛି ରଶ୍ମିତାଙ୍କ ପରିବାରକୁ। ସରକାରଙ୍କ ପକ୍ଷରୁ ଚାଉଳ ୨୦ କେଜି ଯାହା ମିଳୁଛି। ବଡ଼ ଝିଅ ତୁଳସୀ ଦିଗାଲ (୧୪) ଅର୍ଥ ଅଭାବ ଯୋଗୁଁ ୮ଶ୍ରେଣୀରୁ ଆଉ ପାଠ ପଢି ପାରିଲେ ନାହିଁ। ମଝିଆ ଝିଅ ଜ୍ୟୋତି ଦିଗାଲ ଆଶ୍ରମ ବିଦ୍ୟାଳୟରେ ରହି ପଢୁଛି ।ପୁଅ ବାବୁରାଜା ଦିଗାଲ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଛି ।ସାନ ଝିଅ ବୈଶାଳି ଦିଗାଲ ଗାଁ ସ୍କୁଲରେ ଦ୍ଵିତୀୟ ଶ୍ରେଣୀରେ ପଢୁଛି।ସାନ ପୁଅ ଡେଭିଡ଼ ଦିଗଲା ଅଙ୍ଗନବାଡି ଯାଉଛି।ଚାଉଳ ମଧ୍ୟ ଦୁଇ ପିଲାଙ୍କୁ ମିଳୁ ନାହିଁ ବୋଲି କହିଛନ୍ତି ରଶ୍ମିତା ଦିଗାଲ।ଏନେଇ ବାରମ୍ବାର ଯୋଗାଣ ନିରୀକ୍ଷକଙ୍କୁ ଜଣେଇ ଥିଲେ ବି ଆଜି ପର୍ଯ୍ୟନ୍ତ ଦୁଇ ପିଲାଙ୍କ ନାଆ ରେସନ କାର୍ଡରେ ସଂଯୋଗ ହୋଇ ନଥିବାରୁ ଚାଉଳ ମିଳୁ ନାହିଁ।

ad-week
Leave A Reply

Your email address will not be published.