ଫଲଗୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ: ସମ୍ବର୍ଦ୍ଧିତ ହେବେ ତିନି ବରିଷ୍ଠ ସାହିତ୍ୟିକ

add-all

ବ୍ରହ୍ମପୁର : ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ୩୯ ତମ ବାର୍ଷିକ ଉତ୍ସବ ଆଗାମୀ ୨୯ ତାରିଖ ରବିବାର ଦିନ ପାଳନ ହେବ। ସମ୍ବର୍ଦ୍ଧିତ ହେବେ ତିନି ଜଣ ବର୍ଷିୟାନ ସାହିତ୍ୟିକ। ସ୍ତମ୍ଭକାର ସାହିତ୍ୟିକ ଡ ନିଖିଳାନନ୍ଦ ପାଣିଗ୍ରାହୀ ଗବେଷକ ଡ ଭରତ ପଣ୍ଡା ଏବଂବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଅନୁଷ୍ଠାନ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ପ୍ରକାଶ କରି ଥିଲେ।
ଆଜି ଫଲଗୁ ସାହିତ୍ୟ ସଂସଦର ସାଧାରଣ ଅଧିବେଶନ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ଯ ରେ କାର୍ଯକାରୀ ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ କୋଷାଧ୍ୟକ୍ଷ ପ୍ରଫେସର ଡ ସନ୍ତୋଷ କୁମାର ଦାଶ ସାଧାରଣ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ। ବିଶିଷ୍ଟ ସାହିତ୍ୟିକା ଅମିତା ମିଶ୍ର କବିତା ସଂଯୋଜନା କରିଥିଲେ। ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ କବିତା ପାଠ କରି ଥିଲେ ଡ ଲମ୍ବୋଦର ପାଣିଗ୍ରାହୀ ଡ ବନମାଳୀ ପାଣିଗ୍ରାହୀ ଡ ଲକ୍ଷ୍ମୀ ନାରାୟଣ ପଣ୍ଡା ସୁରେଶ ଚନ୍ଦ୍ର ମହାପାତ୍ର ଭିକାରୀ ଚରଣ ମହାପାତ୍ର ଏବଂ ବିରୁପାକ୍ଷ ଦାଶ ହ୍ଋଶିକେଷ ଦାଶ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳନ ଅବସର ରେ ଅଙ୍ଗ ବସ୍ତ୍ର ସମ୍ମାନ ରେ ସମ୍ମାନିତ ବରିଷ୍ଠ ନାଟ୍ୟକାର ଫଲଗୁ ସାହିତ୍ୟ ସଂସଦର କାର୍ଯକାରୀ ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ ଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଧନ୍ଯବାଦ ଅର୍ପଣ କରି ଥିଲେ ଦୀନବନ୍ଧୁ ଶ୍ରୀ ପଲ୍ଲବ। ଫଲଗୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୯ ଜାନୁଆରୀ ୨୦୨୩ ରେ ଅନୁଷ୍ଠିତ ହେବା ପାଇଁ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଗଂଜାମ ଜିଲ୍ଲା ର ବିଭିନ୍ନ ସାହିତ୍ୟିକ ଗବେଷକ କବି ଗାଳ୍ପିକ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯିବ ବୋଲି ସାଧାରଣ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ସୁଚନା ଦେଇଛନ୍ତି। କବିତା ପାଠ ପାଇଁ କୋଡ଼ିଏ ଜଣ କବି ଙ୍କୁ ନିମନ୍ତ୍ରଣ କରାଯିବା ସହିତ ବାର୍ଷିକ ମୁଖପତ୍ର ଫଲଗୁ ଉନ୍ମୋଚନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ad-week
Leave A Reply

Your email address will not be published.