
ମାଲକାନଗିରି, ୧୭।୧ : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଆଜି ତୃତୀୟ ଦିବସ ଥିବା ବେଳେ ଏହି ତୃତୀୟ ଦିନର ମଜା ନେଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଖଇରପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ସାନୀ, ମାଲାକନଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡିଆମି, କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି, ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନୀ ସୋଡି, ପଡିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁସାକି ମଞ୍ଚାସୀନ ଥାଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ଏହି ସମସ୍ତ କାର୍ଯ୍ୟକୁ ଡିଆରଡିଏ ପିଡି ରତ୍ନାକର ସାହୁ, ଆଇଟିଡିଏ ପିଏ ତ୍ରିନାଥ ମାଝୀ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା କ୍ରୀଡା ଅଧିକାରୀ ଧୃବଚରଣ ମୁଦୁଲି, ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ମାନସ ମିଶ୍ର, ପରିଚାଳନା କରିଥିଲା ବେଳେ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ସଂଚାଳନ କରି ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ପରେ ପରେ ଆଜିର ସାଂସ୍କୃତିକ କା ର୍ଯ୍ୟକ୍ରମରେ ଡଃ ଆଇ ମନ୍ମଦ ରାଓଙ୍କ ଦ୍ୱାରା ସେକ୍ସୋଫୋନ୍ ଓ ମଙ୍ଗଳନାଦ, ଗୁଜୁରାଟର ସିଦ୍ଧିଧମାଲ, କସ୍ତୁରବା ଗାନ୍ଧୀ ବାଳିକା ବିଦୟାଳୟ, ଚଲାଣଗୁଡାର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ସମ୍ବଲପୁରର ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା ଦଳ ଦ୍ୱାରା ସଙ୍ଗୀତ ଝଙ୍କାରରେ ଉପସ୍ଥିତ ପଦାଧିକାରୀ ଓ ଦର୍ଶକ ଝୁମୀ ଉଠିଥିଲେ ।