ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆରବିଆଇ, ନାବାର୍ଡ, ବ୍ୟାଙ୍କ ଅଫ ଇଣ୍ଡିଆ, ଧନ ଫାଉଣ୍ଡସନ୍ ମିଳିତ ସହଯୋଗରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମର କନ୍ଧମାଳ ଜିଲ୍ଲାର ବିତ୍ତିୟ ସ୍ୱାକ୍ଷରତା ପରାମର୍ଶଦାତା ଲକ୍ଷ୍ମୀଧର ମଲ୍ଲିକ ଟିକାବାଲି ବିତ୍ତିୟ ସ୍ୱାକ୍ଷରତା କେନ୍ଦ୍ରର ସନୋ ଜ ପ୍ରଧାନ, ଚକାପାଦ ବ୍ଲକ ଆସୋସିଏଟ ରଞ୍ଜିତ କୁମାର ଦିଗାଲ ଓ ଜି ଉଦୟଗିରି ବ୍ଲକ ଆସୋସିଏଟ ଜୋସେଫ ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କର ପ୍ରକାର ଭେଦ ବିଭିନ୍ନ ପ୍ରକାର ସଞ୍ଚୟ ଯୋଜନା, ଅନ ଲାଇନ ଟ୍ରାଞ୍ଜିକ୍ସନ, ବ୍ୟାଙ୍କ ରୁଣ, ବ୍ୟାଙ୍କ ବୀମା ଯୋଜନା ବିଷୟରେ ଆଲୋଚନା କରାଯିବା ସହ ବ୍ୟାଙ୍କ ଏବଂ ଅନ ଲାଇନ ଟ୍ରାଞ୍ଜିକ୍ସନ ଠକେଇ ଶିକାରରୁ ବର୍ତ୍ତିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା l ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍କ ସମସ୍ୟା ଉପରେ ଆଲୋଚନାକରାଯାଇଥିଲା l ଅତିଥି ପରିଚୟ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ପ୍ରଦାନ କରିଥିବା ବେଳେ ଶିବରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବୈକୁଣ୍ଠନାଥ ପଣ୍ଡା,ଏମ଼୍ ବାଳକୃଷ୍ଣ ଦୋରା ରୀତାଞ୍ଜଳୀ ସାହୁ, ରିନା ରାଣୀ ପ୍ରଧାନ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.