ଫିରିଙ୍ଗିଆ ବ୍ଲକରେ ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ର ସଭାଗୃହ ଠାରେ ବ୍ଲକ ର ପଞ୍ଚମ ସାଧାରଣ ବୈଠକ ତଥା 2023 ମସିହାରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ବିଡ଼ିଓ ରଶ୍ମିରଂଜନ ମହନ୍ତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପଂଚାୟତ ସମିତି ଅଧକ୍ଷା ନମିତା କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧକ୍ଷ ଅଜିତ କୁମାର ସାହୁ, ବନଖଣ୍ଡ ଅଧିକାରୀ ବିଜୟ କୁମାର ମଲ୍କିକ, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଡିଗାଲ, ସିଡିପିଓ ହରପ୍ରିୟା ମେହେର ଓ ଜୟଶ୍ରୀ କହଁର ଙ୍କ ସହ ବ୍ଲକ ର ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, କୃଷି ଓ ଉଦ୍ୟାନ ବିଭାଗ, ବନବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ର 24 ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ | ଅନ୍ୟପଟେ ଏହି ବୈଠକ ରେ ବ୍ଲକ ର ସାମଗ୍ରୀକ ବିକାଶ ଓ ଉନ୍ନତି ବିଷୟରେ ଆଲୋଚନା ହୋଇଥିଲା I ବୈଠକ କୁ ବ୍ଲକ ର ଜିପିଓ ରବୀନ୍ଦ୍ର ବେହେରା ଙ୍କ ସହ ମନରେଗା କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣ ସିଂ ପରିଚାଳନା କରୁଥିଲେ |

ad-week
Leave A Reply

Your email address will not be published.