ପୋଲିସ ସହାୟକ କେନ୍ଦ୍ର ପରିଦର୍ଶନ କଲେ ଗଞ୍ଜାମ ଏସ୍‌ପି ମିନା…

add-all

ବ୍ରହ୍ମପୁର : ଗଞ୍ଜାମ ପୋଲିସ ଜିଲ୍ଲାର ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥୁବା ଆରକ୍ଷୀ ଅଧୃକ୍ଷକ ଜଗମୋହନ ମିନା ପୋଲସରା ସହରରେ ଥୁବା ପୋଲିସ ସହାୟତା କେନ୍ଦ୍ର ପରିଦର୍ଶନ କରିଥୁଲେ । ପୋଲସରା ସହରର ପ୍ରାଣକେନ୍ଦ୍ରରେ ପରିତ୍ୟକ୍ତ ଅବସ୍ଥାରେ ଥବା ପୁରୁଣା ଥାନାର କୋଠାକୁ ନବୀକରଣ କରାଯାଇ ତାହାକୁ ପୋଲିସ ସହାୟତା କେନ୍ଦ୍ରରେ ପରିଣତ କରାଯାଇଥୁଲା । ଏହି ପୋଲିସ ସହାୟତା କେନ୍ଦ୍ରଟି ସହର ଆଇନ ଶୃଙ୍ଖଳା ପରିସ୍ଥିତିର ସହଜ ନିୟନ୍ତ୍ରଣ କରାଯାଉ ଥୁବା ନେଇ ପୋଲସରା ଥାନାଧ୍‌କାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଗଞ୍ଜାମ ଏସ୍ନିଙ୍କୁ ଅବଗତ କରାଇ ଥୁଲେ । ଏପରିକି ପୋଲିସ ସହାୟତା କେନ୍ଦ୍ରରେ ୨୪ ଘଣ୍ଟିଆ ପୋଲିସ ସେବା ଦେଉଥୁବା ଏବଂ ପୋଲସରା ଥାନାରେ କମ୍‌ ସଂଖ୍ୟାରେ କର୍ମଚାରୀ ଥବା ସନ୍ତ୍ଗେ ପୋଲସରା ସହାୟତା କେନ୍ଦ୍ରରେ ପୋଲସରା ଥାନା କର୍ମଚାରୀଙ୍କୁ ନିୟୋଜିତ ପୂର୍ବକ ପରିଚାଳନା କରୁଥୁବା ନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଇ ଥଲେ । ଏହା ସହିତ ପୋଲିସ ସହାୟତା କେନ୍ଦ୍ରରେ ଏକ ପରିଦର୍ଶକ ପୁସ୍ତିକା ମାଧ୍ୟମରେ ଲୋକଙ୍କ ମତାମତ ସଂଗ୍ରହ କରାଯାଉଥୁବା ନେଇ ଦୃଷ୍ଟି ଆକର୍ଷଣ କରିଥୁଲେ । ପୋଲସରା ଥାନା ଅଧିକାରୀ ସୁପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧକ୍ଷ ଜଗମୋହନ ମିନା ସନ୍ତୋଷ ପ୍ରକାଶ କରିଥ୍‌ଲେ । ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍‌କ୍ଷକ ବୁଗୁଡ଼ା ଥାନା ଗସ୍ତକରି ଫେରୁଥ୍‌ବା ବେଳେ ଅଚାନକ ଭାବେ ପୋଲସରା ଥାନାର ପୋଲିସ ସହାୟତା କେନ୍ଦ୍ର ପରିଦର୍ଶନ କରିଥୁଲେ । ଏହି ପରିଦର୍ଶନ ସମୟରେ ପୋଲସରା ଥାନାଧ୍‌କାରୀଙ୍କ ସମେତ ପୋଲିସ ସହାୟତା କେନ୍ଦ୍ର ପରିଚାଳନା ତଥା ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.