
ହିଞ୍ଜିଳିକାଟୁ ୨୦।୧ : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଗଞ୍ଜାମ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବୃନ୍ଦାବନ ମିନିଷ୍ଟାଡିୟମ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାର ଉଦଘାଟନ ଛତ୍ରରେ ମୁଖ୍ୟଅତିଥି ଭାବେ କିର୍ତ୍ତୀଭାସନ ଭି. ଗଞ୍ଜାମ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ରାଜ୍ୟକୃଷିବିପଣନ ସଂସ୍ଥା ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ବିଜେଡି ନେତା ଡି ବିଶ୍ୱନାଥ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ତଥା ବିଜେଡି ଓବିଶା ମୋ ପରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ,ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ପୌରପରିଷଦ କାଉନସିଲର ବିଭୁ ପ୍ରସାଦ ପଣ୍ଡା, କାଉନସିଲର ଶ୍ୟାମଘନ ଵେହେରା, ଙ୍କ ସହ ହିଞ୍ଜିଳିକାଟୁ ବ୍ଳକ ଵିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶା ସମେତ ବାହାର ରାଜ୍ୟର ମୋଟ ଟି ୨୩ ଟି କମ୍ଫାନୀ ଉପସ୍ଥିତ ରହି ଆଶାୟୀ ପାର୍ଥୀ ମାନଙ୍କର ସାର୍ଟିପିକେଟ ଓ ଦକ୍ଷତା ଯାଞ୍ଚ କରିଥିଲେ। ଏହାବ୍ୟତିତ ୬ଟି ତାଲିମଦାତା କମ୍ପାନୀ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାରେ ବେକାରୀ ସମସ୍ୟା ଦୂରିକରଣ ସହ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱୀତ କରିବା ପାଇଁ ନିଯୁକ୍ତି ମେଳା କରାଯାଇଥିବା ଜିଲ୍ଲା ନିୟୋଜନ ଅଧିକାରୀ ପି ଏସ ନାୟକ ଓ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ଆର ଏନ ଖଲାନେ କହିଛନ୍ତି।ଆଗକୁ ମଧ୍ୟ ବଡ ବଡ କମ୍ପାନୀ ଜିଲ୍ଲାକୁ ଆସିବା ଯୋଜନା ଥିବା ବେଳେ ନିଯୁକ୍ତି ମେଳା କରାଯାଇ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି। ଏହି ମେଳା ପାଇଁ ପୁରୁଷ ୧୦୫୦ ଓ ମହିଳା ୮୫୩ ମୋଟ ୧୯୦୩ ଜଣ ପଞ୍ଜୀକରଣ କରିଥିବା ବେଳେ ୧୪୬୦ ଜଣଙ୍କର ନବ ନିଯୁକ୍ତି ପାଇଁ ସଟଲିଷ୍ଟ ପ୍ରସ୍ତୁତ କରାଯାଇଛି ଏବଂ ୧୮୫ଜଣ ଟ୍ରେନିଂ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।