ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା: ଟିମ୍‌ରୁ ବାଦ୍‌ ପଡିଲେ ହାର୍ଦ୍ଦିକ ସିଂ

add-all

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ରେ ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା। ଦଳର ପ୍ରମୁଖ ଖେଳାଳି ହାର୍ଦ୍ଦିକ ସିଂ ଆହାତ ଯୋଗୁ ଟିମ୍‌ରୁ ବାଦ ପଡିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କ୍ରସ୍‌ ଓଭର ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଏହି ଖରାପ ଖବର ସାମ୍ନାକୁ ଆସିଛି।

ତେବେ ହାର୍ଦ୍ଦିକଙ୍କ ସ୍ଥାନରେ ରାଜକୁମାର ପାଲ ଖେଳିବେ ବୋଲି ସୂଚନା ମିଳିଛି। ଜାନୁୟାରୀ ୧୫ ରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏହା ପରେ ସେ ୱେଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳି ନ ଥିଲେ।

ad-week
Leave A Reply

Your email address will not be published.