ବହୁବିବାହ, ନିକା ହଲାଲାକୁ ଚ୍ୟାଲେଞ୍ଜ: ସାମ୍ବିଧାନିକ ପୀଠରେ ଶୁଣାଣି ହେବ…

add-all

ନୂଆଦିଲ୍ଲୀ: ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିବେ ବୋଲି ଶୁକ୍ରବାର କହିଛନ୍ତି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ପିଟିଶନରେ ବହୁବିବାହ ଏବଂ ନିକା ହଲାଲାକୁ ଅସାମ୍ବିଧାନିକ ଓ ବେଆଇନ ଘୋଷଣା କରିବାକୁ ନିବେଦନ କରାଯାଇଥିଲା।

ପୂର୍ବରୁ ଥିବା ସାମ୍ବିଧାନିକ ବେଞ୍ଚ୍‌ର ଦୁଇ ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ହେମନ୍ତ ଗୁପ୍ତା ଅବସର ନେଇଥିବାରୁ ନୂଆ ୫ ଜଣିଆ ବେଞ୍ଚ୍‌ ଗଠନ କରିବାକୁ ପଡ଼ିବ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ପି.ଏସ୍‌. ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଇନ୍ଦିରା ବାନାର୍ଜୀ, ହେମନ୍ତ ଗୁପ୍ତା, ସୂର୍ଯ୍ୟ କାନ୍ତ, ଏମ୍‌.ଏମ୍‌. ସୁନ୍ଦ୍ରେଶ ଏବଂ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ୫ ଜଣିଆ ପୀଠ ଗତବର୍ଷ ଅଗଷ୍ଟ ୩୦ରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି), ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଏବଂ ଜାତୀୟ ସଂଖ୍ୟାଲଘୁ କମିଶନ (ଏନ୍‌ସିଏମ୍‌)କୁ ପକ୍ଷଭୁକ୍ତ କରିବା ସହ ସେମାନଙ୍କୁ ଜବାବ ମାଗିଥିଲେ। ଜଷ୍ଟିସ୍‌ ବାନାର୍ଜୀ ଏବଂ ଜଷ୍ଟିସ୍‌ ଗୁପ୍ତା ଗତ ସେପ୍ଟେମ୍ବର ୨୩ ଏବଂ ଅକ୍ଟୋବର ୧୬ରେ ଅବସର ନେଇଥିଲେ। ବହୁବିବାହ ଏବଂ ନିକା ହଲାଲା ବିରୋଧରେ ୮ଟି ପିଟିଶନ୍‌ର ଶୁଣାଣି ହେବାକୁ ଥିବାବେଳେ ଏଥିପାଇଁ ସାମ୍ବିଧାନିକ ପୀଠ ପୁନର୍ଗଠନ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି।

ad-week
Leave A Reply

Your email address will not be published.