ବିହାର ଜାତିଗତ ଜନଗଣନା: ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ…

add-all

ନୂଆଦିଲ୍ଲୀ: ବିହାରରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଆବେଦନଗୁଡ଼ିକ ଶୁଣାଣି ଯୋଗ୍ୟ ନୁହେଁ କହି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠ ସେଗୁଡ଼ିକ ଖାରଜ କରିଦେଇଛନ୍ତି।

ଆବେଦନକାରୀ ସମ୍ପୃକ୍ତ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏଗୁଡ଼ିକ ପ୍ରଚାର ସ୍ବାର୍ଥ ମାମଲା। କେଉଁ ଜାତିଙ୍କ ଲାଗି କେତେ ପରିମାଣର ସଂରକ୍ଷଣ ଦିଆଯିବା ଆବଶ୍ୟକ ବୋଲି କିପରି ନିର୍ଦ୍ଦେଶନାମା ଦିଆଯିବ ଏବଂ ଏହା ରାଜ୍ୟ କିପରି ନିର୍ଦ୍ଧାରଣ କରିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ad-week
Leave A Reply

Your email address will not be published.