କାର୍‌ ବନେଟ୍‌ରେ ୧ କି.ମି. ଘୋଷାଡ଼ିଲେ ମହିଳା…

add-all

ନୂଆଦିଲ୍ଲୀ: ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଗାଡ଼ିରେ ଘୋଷାଡ଼ିନେବା ଘଟଣା ଗତ କିଛିଦିନ ହେଲା ବାରମ୍ବାର ଘଟିଚାଲିଛି। ବେଙ୍ଗାଲୁରୁରେ ଶୁକ୍ରବାର ଜଣେ ମହିଳା ତାଙ୍କ କାର୍‌ ବନେଟରେ ଜଣେ ବ୍ୟକ୍ତିଙ୍କୁ ଝୁଲାଇ ୧ କିଲୋମିଟର ପର୍ଯ୍ୟନ୍ତ ନେଇଯିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ ପ୍ରିୟଙ୍କା ନାମ୍ନୀ ମହିଳା ବେଙ୍ଗାଲୁରୁର ଜ୍ଞାନଭାରତୀ ନଗରରେ ତାଙ୍କ ଟାଟା ନେକ୍ସନ ନେଇ ଯାଉଥିବାବେଳେ ଦର୍ଶନ ନାମକ ବ୍ୟକ୍ତିଙ୍କ ମାରୁତି ସୁଜୁକି ସ୍ବିଫ୍ଟକୁ ଧକ୍କା ଦେଇଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଦର୍ଶନ ମହିଳାଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବାବେଳେ ସେ ଗାଡ଼ି ଷ୍ଟାର୍ଟ କରି ପଳାଇଯାଇଥିଲେ। ଫଳରେ ଦର୍ଶନ କାର୍‌ ବନେଟରେ ଝୁଲି ରହିଥିଲେ। ଏହି ଘଟଣାରେ ପୋଲିସ ଉଭୟ ପ୍ରିୟଙ୍କା, ଦର୍ଶନଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ପ୍ରିୟଙ୍କାଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।

ad-week
Leave A Reply

Your email address will not be published.