ଆମ୍ବଗଡଠାରେ ଅନୁଷ୍ଠିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

add-all

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଆମ୍ବଗଡ ଠାରେ ଆମ୍ବଗଡ ଯୁବକ ସଂଘ ତରଫରୁ ଆୟୋଜିତ ଦୀର୍ଘ ସାତଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ମା ଅନ୍ନପୂର୍ନେଶ୍ୱରି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସେବା ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଏବଂ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦେବାଶିଷ ସେଠୀ ଓ ସମାଜସେବୀ ମଙ୍ଗୁଳୁ ଚରଣ ବିଷୟୀ ଯୋଗଦାନ କରିଥିଲେ । ଶେଷଦିନରେ ଆଜି ଏମ୍ କେ ସି ଜି ଓ ବଡ଼ ଗୁମୂଳା ମଧ୍ୟରେ ଟିମ୍ ମଧ୍ୟରେ ଫାଇନାଲ ମେଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍ କେ ସି ଜି ଟିମ୍ ବିଜୟ ହାସଲ କରିଥିଲେ। ଶ୍ରେଷ୍ଠ ଖେଳାଳି ଓ ହିଟର ଭାବେ ଏମ୍ କେ ସି ଜିର ଯଥାକ୍ରମେ ଅଶୋକ ଓ ନନ୍ଦୁ ଏବଂ ଶ୍ରେଷ୍ଠ ନେଟର ଭାବେ ବଡ ଗୁମୂଳାର ତୋଫାନ ପୁରସ୍କୃତ ହୋଇଥିବାବେଳେ ଟିଙ୍ଗିରି ମେନ୍ ଅଫ ଦି ମେଚ୍ ଭାବେ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଟ୍ରଫି ପ୍ରଦାନ କରିଥିଲେ ଏବଂ ଆୟୋଜକ ମଣ୍ଡଳୀ , ଟୁର୍ଣ୍ଣାମେଣ୍ଟକୁ ଯେଉଁପରି ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ , ତାହାକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଆମ୍ବଗଡ ଯୁବକ ସଂଘର ଅମର ପରିଡା , ସତ୍ୟଜିତ ବେହେରା, କାର୍ତ୍ତିକ ମହାଙ୍କୁଡ, ରାଜେନ୍ଦ୍ର ଡାକୁଆ, ମିହିର ଡାକୁଆ, ଅଭିଷେକ ପତି , ତପନ ବେହେରା , ସୁଧୀର ଡାକୁଆ ଓ ସୁନିଲ ମହାଙ୍କୁଡ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.