ବାରାହାଲା ଗ୍ରାମଠାରେ ରାମାୟଣ ନାଟକ ଉଦ୍‌ଘାଟନ…

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରିମାଣ୍ଡୁ ଗ୍ରାମ ପଞ୍ଚାୟତ ବାରାହାଲା ଗ୍ରାମ ରେ ଶାଡଢି ମାଁ ସରୁପେନୁ ପୂଜା ଉପଲକ୍ଷେ ନାଟକ ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାଁ ସରୁପେନୁ ପୂଜା ଉପଲକ୍ଷେ ପ୍ରଭୁ ରାମ ଙ୍କ ଅବତାର ପୈରାଣିକ ନାଟକ ରାମାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କୁଏରିମାଣ୍ଡୁ ସରପଞ୍ଚ ମାଧବ କହଁର, ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, କୁଏରିମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲ,ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର,ପାଇରାଜୁ ସରପଞ୍ଚ କେଶବ କହଁର,ପକାରୀ ସରପଞ୍ଚ, ନାଏବ ସରପଞ୍ଚ, ସମେତ ନାଟ୍ୟ ମ୍ୟାନେଜର ବୈଷ୍ଣବ ବଗତ୍ତୀ, ନାଟ୍ୟ ଗୁରୁ ଭିକାରୀ ଚରଣ ଛୋଟରାୟ ଏହି ଉଦ୍ ଘାଟନ ଉତ୍ସବ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତ୍ରି ୧୧ ସମୟରେ ଆରମ୍ଭ ହୋଇଥିବା ବେଳେ ଶନିବାର ଦିନ ୨ ସମୟରେ ଶେଷ କରାଯିବ ବୋଲି କହିଛନ୍ତି । ଏହି ଉତ୍ସବରେ ନାଟ୍ୟ ଉପସ୍ଥାପନ କରିଥିଲେ ପୌରାଣିକ ନାଟକ ରାମାୟଣ, ମା ପିତାବଳୀ କଳା ପରିଷଦ ଗେରୁପଡା |

ad-week
Leave A Reply

Your email address will not be published.