ଚିକିଟିରେ ବ୍ଲକସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ…

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଶନିବାର ଚିକିଟୀ ଗଡ ଗୌରଚନ୍ଦ୍ର ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ଜିଲ୍ଲା କ୍ରମ ନିୟୋଜନ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ଆର ଏମ କିଲାନେଙ୍କ ସଂଯୋଜନା ରେ ଆୟୋଜିତ ଶିବିରରେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଗ୍ରାମ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ମେଳାର ଶୁଭ ଉଦଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଆପନ୍ନା ସେଠୀ, ଉପାଧ୍ୟକ୍ଷା କେ. ରେଣୁକାମା ରେଡ୍ଡୀ, ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ଚିକିଟୀ ତହସିଲଦାର ବିଶ୍ୱରଞ୍ଜନ କହଁର ଓ ସହ ଯନ୍ତ୍ରୀ ଉଦୟ ନାଥ ପ୍ରଧାନ ପ୍ରମୁଖ ମୋଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କୁ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏହି ନିଯୁକ୍ତି ମେଳାରେ ୧୮ ରୁ ୩୫ ବର୍ଷ ବୟସର ୧୮୩୧ ଯୁବକ ଓ ଯୁବତୀ ୨୮ ଟି ନିଯୁକ୍ତି ସଂସ୍ଥାରେ ନାମ ପଞ୍ଜିକୃତ କରିଥିଲେ।ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଓ ରଞ୍ଜନ କୁମାର ବ୍ରହ୍ମା ନିଯୁକ୍ତି ମେଳାକୁ ପରିଚାଳନା କରିଥିବା ବେଳେ ଏବିଡ଼ିଓ ଚକ୍ରଧର ପ୍ରଧାନ, ବିପିଏମ, ଯୋଗାଣ ନିରୀକ୍ଷକ, ଯନ୍ତ୍ରୀ, ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ।ବରିଷ୍ଠ ସଂଗଠକ ସୁରେନ୍ଦ୍ରନାଥ ମଣ୍ଡଳ, କିଶୋର ଚନ୍ଦ୍ର ପଣ୍ଡା, ଡମ୍ବୁରୁ ପଣ୍ଡା, ରଘୁନନ୍ଦନ ସାହୁ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ପ୍ରଶାସନ ଏବଂ ଏନ ଏ ସି ଓ ବ୍ଲକ୍ ର କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।

ad-week
Leave A Reply

Your email address will not be published.