କନ୍ନଡ ଲେଖକଙ୍କ ବିବାଦୀୟ ବୟାନ : ସୀତାଙ୍କ ସହ ବସି ମଦ ପିଉଥିଲେ ଭଗବାନ ରାମ…

add-all

ବେଙ୍ଗାଲୁରୁ: ସୀତାଙ୍କ ସହ ବସି ମଦ ପିଉଥିବା ଭଗବାନ ରାମ ଅନ୍ୟ ପାଇଁ ଆଦର୍ଶ କେମିତି? କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ ପ୍ରଭୁ ରାମଙ୍କୁ ନେଇ ଏଭଳି ଅପମାନିତ କରିବା ଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ କେ.ଏସ୍ ଭଗବାନ୍ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ପ୍ରଭୁ ରାମ ଜଣେ ମଦ୍ୟପ ଥିଲେ। ସେ ତାଙ୍କ ପତ୍ନୀ ସୀତାଙ୍କୁ ଜଙ୍ଗଲକୁ ପଠାଇ ଦେବା ପରେ ତାଙ୍କ ବିଷୟରେ ଚିନ୍ତା କରିନଥିଲେ। ବାଲ୍ମିକୀଙ୍କ ରାମାୟଣର ଉତ୍ତରାକାଣ୍ଡରେ ଲେଖାଯାଇଛି ଯେ ପ୍ରଭୁ ରାମ ଜଣେ ଆଦର୍ଶ ରାଜା ନଥିଲେ ଏବଂ କେବଳ ୧୧ ବର୍ଷ ଶାସନ କରିଥିଲେ।
ଶୁକ୍ରବାର କର୍ଣ୍ଣାଟକର ମାଣ୍ଡ୍ୟାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେଏସ ଭଗବାନ୍ କହିଥିଲେ, ” ଏବେ ରାମ ରାଜ୍ୟ ନିର୍ମାଣ ବିଷୟରେ ଆଲୋଚନା ହେଉଛି। ଯଦି ଆପଣ ବାଲ୍ମିକୀଙ୍କ ରାମାୟଣର ଉତ୍ତରାକାଣ୍ଡ ପଢ଼ନ୍ତି, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ପ୍ରଭୁ ରାମ ଜଣେ ଆଦର୍ଶ ପୁରୁଷ ନଥିଲେ। ସେ ୧୧,୦୦୦ ବର୍ଷ ଶାସନ କରିନଥିଲେ, ବରଂ ମାତ୍ର ୧୧ବର୍ଷ ପାଇଁ ସେ କ୍ଷମତାରେ ଥିଲେ। ସବୁଠାରୁ ବଡ଼ କଥା ହେଲା ପ୍ରଭୁ ରାମ ମଦ୍ୟପ ଥିଲେ। ସବୁବେଳେ ଅପରାହ୍ନରେ ମାତା ସୀତାଙ୍କ ସହ ବସି ମଦ ପିଉଥିଲେ ପ୍ରଭୁ ରାମ। ଏମିତିକି ସେ ତାଙ୍କ ପତ୍ନୀ ସୀତାଙ୍କୁ ଜଙ୍ଗଲକୁ ପଠାଇ ଦେଇ ତାଙ୍କ ବିଷୟରେ ଚିନ୍ତା କରିନଥିଲେ। ଏସବୁ କାମ କରିଥିବା ଭଗବାନ ରାମ କିପରି କାହା ପାଇଁ ଆଦର୍ଶ ହୋଇପାରିବେ? ” ବୋଲି ପ୍ରଶ୍ନ କରିଥିଲେ କେଏସ ଭଗବାନ୍।
ତେବେ ଏହା ପ୍ରଥମ ନୁହେଁ ହିନ୍ଦୁ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ପ୍ରଫେସର ଅତୀତରେ ବିବାଦ ଘେରକୁ ଆସିଥିଲେ। ଏହି କାରଣରୁ ଗତ ବର୍ଷ ଫେବ୍ରୁଆରିରେ ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ଉପରକୁ କାଳି ଫିଙ୍ଗିଥିଲେ।

ad-week
Leave A Reply

Your email address will not be published.