କର୍ଣ୍ଣାଟକରୁ ଗିରଫ ହେଲେ ରାଜାଘର ଲୋକ କହି ଦିଲ୍ଲୀ ହୋଟେଲ୍‌ର ୨୩ ଲକ୍ଷ ଟଙ୍କା ବିଲ୍‌ ନ ଦେଇ ପଳାଇଥିବା ବ୍ୟକ୍ତି

add-all

ନୂଆଦିଲ୍ଲୀ: ଆବୁଧାବି ରାଜ ପରିବାରର ଲୋକ ବୋଲି ପରିଚୟ ଦେଇ ଦିଲ୍ଲୀସ୍ଥିତ ଏକ ହୋଟେଲ୍‌ର ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ବିଲ୍‌ ପୈଠ ନ କରି ଖସି ପଳାଇଥିବା ବ୍ୟକ୍ତିଙ୍କୁ ଜାନୁଆରି ୧୯ ତାରିଖ ଦିନ କର୍ଣ୍ଣାଟକରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଗିରଫ ଅଭିଯୁକ୍ତ ହେଉଛନ୍ତି କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ବାସୀ ୪୧ ବର୍ଷିୟ ମହମ୍ମଦ୍‌ ଶରିଫ୍‌। ଜାଲ୍‌ ବିଜ୍‌ନେସ୍‌ କାର୍ଡ ଦେଖାଇ ସେ ଗତବର୍ଷ ପ୍ରାୟ ୩ ମାସ ଧରି ଦିଲ୍ଲୀସ୍ଥିତ ଲୀଳା ପାସେଲ୍‌ ହୋଟେଲ୍‌ରେ ରହିଥିଲେ।
ହୋଟେଲ୍‌ର ବିଲ୍‌ ବାବଦକୁ ହୋଇଥିବା ୨୩,୪୬,୪୧୩ ଟଙ୍କା ପୈଠ କରିବା ଦୂରର କଥା, ଖସି ପଳାଇଯିବା ବ‌େଳେ ସେ ହୋଟେଲରୁ ବହୁ ମୂଲ୍ୟବାନ ସାମଗ୍ରୀ ନେଇ ପଳାଇଥିଲେ ବୋଲି ଅଭିଯୋଗ ହୋଇଥିଲା।
ହୋଟେଲ୍‌ ତରଫରୁ କରାଯାଇଥିବା ଠକେଇ ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୁଲିସ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ଟିମ୍‌ ଗଠନ କରିଥିଲା। ତାଙ୍କୁ ଦକ୍ଷିଣ କନ୍ନଡ଼ରୁ ଗିରଫ କରାଯିବା ପରେ ଅଦାଲତରେ ହାଜର କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
ପୁଲିସ କହିବା ଅନୁସାରେ, ୨୦୨୨ ଅଗଷ୍ଟ ୧ ତାରିଖ ଦିନ ହୋଟେଲ୍‌ରେ ପହଞ୍ଚି ସେ ‘ସଂଯୁକ୍ତ ଆରବ ଏମିରେଟସ୍‌’ର ରେସିଡେଣ୍ଟ୍‌ କାର୍ଡ ଦେଖାଇଥିଲେ। ସେ କହିଥିଲେ କି, ମୁଁ ଆବୁଧାବି ରାଜପରିବାରର ଲୋକ ଏବଂ ‘ସଂଯୁକ୍ତ ଆରବ ଏମିରେଟସ୍‌’ର ଶେଖ୍‌ ଫାଲାହ୍‌ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍‌ୟାନ୍‌ଙ୍କ ଅଫିସରେ କାର୍ଯ୍ୟ କରେ। ପ୍ରାୟ ସାଢ଼େ ୩ ମାସ ରହିବା ପରେ ୨୦ ଲକ୍ଷ ଟଙ୍କାର ଏକ ‘ପୋଷ୍ଟ୍‌-ଡେଟେଡ୍‌’ ଚେକ୍‌ ଦେଇ ହୋଟେଲ୍‌ର ମୂଲ୍ୟବାନ ସାମଗ୍ରୀ ଧରି ଫେରାର ହୋଇଯାଇଥିଲେ। କିନ୍ତୁ, ଆକାଉଣ୍ଟ୍‌ରେ ଯଥେଷ୍ଟ ଟଙ୍କା ନ ଥିବାରୁ ସେ ଚେକ୍‌ଟି ବାଉନ୍‌ସ୍‌ ହୋଇଯାଇଥିଲା।

ad-week
Leave A Reply

Your email address will not be published.