ନୂଆପଦର ମଣ୍ଡଳର କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ…

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜେପି ନୂଆପଦର ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ନୂଆପଦର ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଗୋପିନାଥ କହଁର ତତୂବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଜେପି ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ ଯୋଗଦେଇ ଥିବା ବେଳେ ,ବିଜେପି ରାଜ୍ୟ କାର୍ଯ୍ୟକାରି ସଦସ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମ ଚରଣ ଦାସ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର,ମଣ୍ଡଳ ସାଧାରଣ ସମ୍ପାଦକ ପ୍ରକାଶ କୁମାର କହଁର ,ସରତ କହଁର, ଯୋଗଦେଇ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସାଙ୍ଗଠନିକ ପଦ୍ଧତି ପ୍ରୟୋଗ କରି ପାଇଁ ଜିଲ୍ଲା ସଭାପତି ଅଭିଭାଷଣ ଦେବା ସହ କିଭଳି ଦଳ ଦୃଢ଼ ହୋଇପାରିବ ତାହା ଉପରେ ମତ ରଖିଥିଲେ । ଏହା ପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ମୋ ବୁଥ୍ ମଜୁଭୁତ କରିବା ପାଇଁ ବୁଥ୍ କମିଟି ଗଠନ ନିମନ୍ତେ ପ୍ରଦେକ୍ଷେପ ବାର୍ତ୍ତା ଦେଇଥିଲେ ‌। ଏହି କାର୍ଯ୍ୟକାରୀ ବୈଠକ ରେ ନୂଆପଦର ମଣ୍ଡଳ ବିଜେପି ଦଳର କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.