ସାମ୍ବାଦିକଙ୍କ ମାତୃ ବିୟୋଗ

add-all

ଫୁଲବାଣୀ – ଫୁଲବାଣୀ ସହରର ଜଣାଶୁଣା ସାମ୍ବାଦିକ ତଥା ସଙ୍ଘ ସଂଗଠନ ସମ୍ପାଦକ ଜୟସେନ ପରିଡାଙ୍କ ମା ସଶିରେଖା ପରିଡାଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଶଶୀ ରେଖା ଗତ କିଛିଦିନ ହେଲା ମଧୁମେହ ଓ ଉଚ୍ଚରକ୍ତ ଚାପ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ଜଣେ ସମାଜସେବୀ,ଧର୍ମ ପରାୟଣା, ପରାପକାରୀ, ମହିଳା ଥିଲେ l ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ଶଶୀ ରେଖା ପରିଡାଙ୍କ ଶେଷ କୃତ୍ୟ ସମ୍ପନ୍ନ ସ୍ଥାନୀୟ ନାରାୟଣୀ ଶ୍ମସାନରେ ହୋଇଥିଲା l ଆଜି ଲକ୍ଷ୍ମୀ ମାର୍କେଟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।ତାଙ୍କର ମୃତ୍ୟୁରେ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, କେ ଡି ଯେ ଏ ସାଧାରଣ ସମ୍ପାଦକ, ଅଶୋକ ପରିଡା,ନାରାୟଣ ସାହୁ,ଶିବାନନ୍ଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା କେ ଡି ଯେ ଏ ସଭାପତି ଡଃ ଅରୂପ ଜେନା, ବିଜୟ ମହାନ୍ତି, ଅଜିତ ମହାରଣା, ଅଶୋକ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଶିବ ବିଶ୍ବାଳ, ସୁଧୀର ମହାରଣା,ରଂଜିତ ବେହେରା,ବୈଦ୍ୟ ନାୟକ,ଆଇନଜିବୀ ଟି. ସୁନୀଲ ବ୍ୟବସାୟୀ ବଂଶୀଧର ସ୍ବାଇଁ, ବିଜୟ ସ୍ୱାଇଁ, ଙ୍କ ସମେତ ବହୁ ବ୍ୟବସାୟୀ, ମହିଳା ସମାଜ ସେବୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସଂଗେ ସଂଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ad-week
Leave A Reply

Your email address will not be published.