ମନ୍ଦିରରେ ଉତ୍ସବ ବେଳେ ଲୋକଙ୍କ ଉପରେ ଖସି ପଡ଼ିଲା କ୍ରେନ, ଚାଲିଗଲା ୪ ଭକ୍ତଙ୍କ ଜୀବନ…

add-all

ଚେନ୍ନାଇ : ତାମିଲନାଡୁର ରାତିପେତରେ ଥିବା ଦ୍ରୌପତି ମନ୍ଦିରରେ ଘଟିଛି ଅଘଟଣ। ରବିବାର ସନ୍ଧ୍ୟାରେ ଏଠାରେ ଗୋଟିଏ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରବଳ ଜନସମାଙ୍ଗମ ହୋଇଥିଲା। ଏତିକି ବେଳେ ଲୋକଙ୍କ ଉପରେ ଖସି ପଡ଼ିଛି ଗୋଟିଏ କ୍ରେନ। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଆଉ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି କ୍ରେନ ଭୁଶୁଡ଼ିବା ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

ପୋଙ୍ଗଲ ପରେ ମନ୍ଦିରରେ ଦ୍ରୌପତି ଅମନ ଉତ୍ସବ ପାଳନ କରାଯାଇଥିଲା। ଏଥିପାଇଁ ଶତାଧିକ ଲୋକ ଉପସ୍ଥିତ ଥିଲେ। ଲୋକଙ୍କ ଠାରୁ ଫୁଲମାଳ ସଂଗ୍ରହ କରିବା ପାଇଁ କ୍ରେନରେ ୮ ଜଣ ରହିଥିଲେ। କ୍ରେନରେ ଦେବ ଓ ଦେବୀ ମଧ୍ୟ ରହିଥିଲେ। ସେମାନଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଦେଉଥିବା ଫୁଲମାଳକୁ କ୍ରେନରେ ଥିବା ଲୋକମାନେ ସଂଗ୍ରହ କରୁଥିଲେ। ଏତିକି ବେଳେ କ୍ରେନଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଲୋକମାନେ ଚିତ୍କାର କରି ଏଣେତେଣେ ଦୌଡ଼ୁଥିବାରୁ ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

ପୁଲିସ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାନିପେତ ଏସ୍‌ପି ଦୀପ ସତ୍ୟନ କହିଛନ୍ତି, “କ୍ରେନର ଗୋଟିଏ ପାର୍ଶ୍ୱ ଉପରେ ରହିଥିଲା। ସମ୍ଭବତଃ ମାଟି ଧସିବାରୁ ଏହା ନିୟନ୍ତ୍ରଣ ହରାଇ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ସେହିପରି କ୍ରେନ ଚଳାଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚାରାଉଚରା କରାଯାଇଛି। କ୍ରେନ ବ୍ୟବହାର ପାଇଁ କାହାକୁ ଅନୁମତି ମିଳି ନଥିଲା।”

ad-week
Leave A Reply

Your email address will not be published.