ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନ

add-all

ଫୁଲବାଣୀ : କଟକର ଶ୍ରୀଚନ୍ଦନ ସାହିତ୍ୟ ଓ ସଂସ୍କୃତି ଏକାଡେମୀ, ରାଉରକେଲାର ଅଗ୍ନି ସ୍ପୁଲିଙ୍ଗ ଓଡିଶା ପୂଜ୍ୟ ପୂଜା ପରିଷଦ ଓ ଚିନ୍ମୟୀ ସାରସ୍ୱତ ସାଂସଦ,କଟକର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାହିତ୍ୟ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହନାବ୍ଦ ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନରେ ଭୂଷିତ କରାଯାଇଛି l ସଂସଦର 46 ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ତଥା ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ କୁମାର ପାଟଶାହାଣି ଯୋଗ ଦେଇଥିଲା ବେଳେ ଶିକ୍ଷାବିତ ଓ ସୁସାହିତ୍ୟିକ ବୈଷ୍ଣବ ଚରଣ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ମନୋରଞ୍ଜନ ଦାସ, ଡ଼ଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଦିଲୀପ କୁମାର ଦାସ, ମେଜର ଭରତ ଚନ୍ଦ୍ର ଜେନା, ଗୋପୀନାଥ ପଟ୍ଟନାୟକ, ରଂଜିତା ପ୍ରିୟଭାସିନୀ, ବୃନ୍ଦାବନ ଦାସ,ଡ଼ଃ ସୂର୍ଯ୍ୟମଣୀ ବେହେରା, ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଡ଼ଃ ରବି ନାରାୟଣ ପଣ୍ଡା,ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲା ବେଳେ ଡ଼ଃ ଶ୍ରୀଚନ୍ଦନ ମହାପାତ୍ର ମୁଖ୍ୟ ସଂଯୋଜକ ଥିଲେ |
ଡ଼ଃ ମହାପାତ୍ର ଜଣେ ରାଜ୍ୟସ୍ତରୀୟ ପ୍ରତିଭା l ଓଡ଼ିଶାର ବହୁ ମଞ୍ଚରେ ସେ ପୁରସ୍କୃତ ହୋଇଛନ୍ତି l ତାଙ୍କର କୋଡିଏରୁ ଅଧିକ ପୁସ୍ତକ ଲୋକାର୍ପଣ ହୋଇ ସାରିଛି l ସେ ଅଧୁନା ଫୁଲବାଣୀ ସରକାରୀ ଶିଳ୍ପ ଅନୁଷ୍ଠାନର ତାଲିମପ୍ରାପ୍ତ ଅଧିକାରୀ ଅଛନ୍ତି l ତାଙ୍କର ଏହି ସଫଳତା ଜିଲ୍ଲାର ଲେଖକ ସମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପ୍ରଭୃତି ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି l

ad-week
Leave A Reply

Your email address will not be published.