ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ…

add-all

ଫୁଲବାଣୀ : ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଦେଶ ଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ପକ୍ଷରୁ ଆଜି ଦାରିଙ୍ଗବାଡି ସ୍ଥିତ ଜାଗୃତି ଅନୁଷ୍ଠାନରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେଇ ଏହି ଦିବସକୁ ପାଳନ କରାଯାଇଛି। ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦାରିଙ୍ଗବାଡି ବ୍ଲକ ଯୁବ ମହାସଂଘର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଯୋଗ ଦେଇ ସଂଗ୍ରାମୀ ମାନଙ୍କ ବଳିଦାନ ଓ ଦେଶ ସେବାରେ ଉତ୍ସର୍ଗୀକୃତ ହୋଇଥିବା ଓ ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଏହା ପରେ ସଦସ୍ୟ ସଦସ୍ୟାମାନେ ସମାଜ ସେବାରେ ନିଜକୁ ନିୟୋଜିତ କରିବା ଏବଂ ଶାନ୍ତି ଓ ବିକାଶର ଦେଶ ଗଠନ କରିବାରେ ନିଜକୁ ସାମିଲ କରିବା ପାଇଁ ବକ୍ତବ୍ୟ ରଖିଥିଲେ। ବ୍ଲକ ସଂଯୋଜକ ଧନେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.