ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ଡରୁ ଥିଲା ପାକିସ୍ତାନ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

add-all

ମୁମ୍ବାଇ,୨୪।୧: ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ପାକିସ୍ତାନ ଭୟ କରୁଥିଲା ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଦକ୍ଷିଣ ମୁମ୍ବାଇର ମହାରାଷ୍ଟ୍ର ବିଧାନସଭା ଭବନର ସେଣ୍ଟ୍ରାଲ ହଲରେ ବାଲ ଠାକରେଙ୍କର ୯୭ ତମ ଜନ୍ମବାର୍ଷିକୀ ଅବସରରେ ବାଲ ଠାକରେଙ୍କ ଫଟୋର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଶିନ୍ଦେ କହିଛନ୍ତି, କ୍ଷମତା ପାଇବା ପାଇଁ ଶିବସେନା ପ୍ରତିଷ୍ଠାତା ତାଙ୍କ ମୂଲ୍ୟବୋଧରେ କୌଣସି ଆପୋଷ ବୁଝାମଣା କରିନାହାଁନ୍ତି। ସେ ରାଜ୍ୟର ରିମୋଟ କଣ୍ଟ୍ରୋଲ ଭାବରେ କାର୍ଯ୍ୟ କରିଥିଲେ। ୧୯୯୫-୯୯ ଶିବସେନା-ଭାଜପା ମେଣ୍ଟ ସରକାର ଥିବାବେଳେ ବାଲ ଠାକରେ ଏହାକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରି ନ ଥିଲେ। ଗଣତନ୍ତ୍ର (ଶାସନ)ର ଗୋଟିଏ ସଂଜ୍ଞା ହେଉଛି ‘ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ’ କାର୍ଯ୍ୟ କରିବା। ବାଲାସାହେବ ଏକମାତ୍ର ନେତା ଯିଏ ଏହାକୁ ଅନୁସରଣ କରିଥିଲେ। ପୂର୍ବରୁ ସେଠାରେ କିଛି ହାତଗଣତି ରାଜନୈତିକ ପରିବାର ଥିଲେ, ଯେଉଁମାନେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ। ଏହି ଚିତ୍ର ବାଲାସାହେବ ଦ୍ୱାରା ପରିବର୍ତ୍ତନ କରାଯାଇଥିଲା।
ତେବେ ବାଲ ଠାକରେଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ।

ad-week
Leave A Reply

Your email address will not be published.