ଚିତ୍ରକୋଣ୍ଡା ର ବିଭିନ୍ନ ବିଦ୍ୟାଳୟରେ ନେତାଜୀଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳିତ..

add-all


ଚିତ୍ରକୋଣ୍ଡା:(୨୪/୦୧)ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ଏସ.ଏସ.ଡି. +୨ ବିଜ୍ଞାନ ମହାବିଦ୍ୟାଳୟ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ୧୨୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ମହାବିଦ୍ୟାଳୟ ର ଅଧକ୍ଷ ସୌମ୍ୟ ରଞ୍ଜନ ଦାସ ଙ୍କ ଅଧକ୍ଷତାରେ ଏବଂ ଅଧ୍ୟାପକ ଅଶୋକ କୁମାର ସାହୁ, ରଞ୍ଜନ କୁମାର ସାହୁ, କିଶୋର କୁମାର ଖିଲ ଏବଂ ଗୌରୀ ଗୌଡ଼ ଙ୍କ ସହଯୋଗରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନେତାଜୀ ଙ୍କର ଜନ୍ମ ଜୟନ୍ତୀ ପାଳନ ସହ ବକ୍ତବ୍ୟ ପ୍ରତିଯୋଗିତା ମାନ ରଖାଯାଇଥିଲା l ସେଇଭଳି ଚିତ୍ରକୋଣ୍ଡା ସ୍ଥିତ ଏସଏସଡି ବାଳିକା ବିଦ୍ୟାଳୟ ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ଅଧକ୍ଷତାରେ ଛାତ୍ରୀ ମାନଙ୍କୁ ନେଇ ନେତାଜୀ ଙ୍କ ଜନ୍ମ ଦିବସ ପାଳନ କରାଯାଇଛି ଏବଂ ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୁଲ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ୧୨୬ତମ ଜନ୍ନ ଜୟନ୍ତୀ ପାଳନ କରାଯାଇଛି l

ad-week
Leave A Reply

Your email address will not be published.