
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଟିଟ୍ରାପଙ୍ଗା ଭଗବତ ଯୁବକଳା ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ମିଳିତ ଆନୁକୁଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଛି। ଏଥ୍ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ ଶୁକଦେବ ଯାନୀ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ସମ୍ମାନିତ ଅତିଥି ଭାବେ ପୂର୍ବତନ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ଓ ଶିକ୍ଷକ ମକରନ୍ଦ କହଁର ଯୋଗଦେଇଥିଲେ । ଫୁଲବାଣୀ ନେତାଜୀ ଯୁବକେନ୍ଦ୍ରର ଚନ୍ଦ୍ରମଣି ଦେହୁରୀ, ମିନତୀ କହଁର ଉପସ୍ଥିତ ଥିଲେ। ମୁଖ୍ୟଅତିଥ୍ ନେତାଜୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ପରେ କୁଇଜ୍ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଇଜ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ଯୁବକେନ୍ଦ୍ର ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଭାପତି ଦେବବ୍ରତ ଯାନୀ, ସମ୍ପାଦକ ନୀଳକମଳ କହଁର, ନଟବର କହଁର, ଅମରେଶ କହଁର, ରଜନୀ ଦେହୁରୀ, ମାନିନୀ କହଁର, ସନ୍ତୋଷ ଦେହୁରୀ, ଅଶ୍ବିନୀ କହଁର, ଦୀପ୍ତିମୟୀ କହଁର, ଅର୍ପିତା କହଁର, ବିରାଜ କହଁର, ଚନ୍ଦନ କହଁର, ସରସ୍ଵତୀ କହଁର ସମେତ ଭଗବତ ଯୁବ କଳା ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।